30 C
Bhubaneswar
Tuesday, April 16, 2024
Homeଓଡିଶାବସ୍ ଓଲଟି ୧୨ ଆହତ,୨ ଗୁରୁତର

ବସ୍ ଓଲଟି ୧୨ ଆହତ,୨ ଗୁରୁତର

ଗଜପତି : ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ’ନିକଟରେ ଗାନ୍ଧୀ ନାମକ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁଯାୟୀ, ଗତକାଲି ମଧ୍ୟ ରାତ୍ରିରେ ବସ୍‌ଟି ରାୟଗଡ଼ାରୁ କଟକ ଅଭିମୁଖେ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି । ଖ୍ରାଷ୍ଟପୁର ଗାଁ’ ନିକଟରେ ସାମ୍ନା ପଟରୁ ଏକ ଟ୍ରକ ଆସିବାରୁ ବସଟି ଭାରସାମ୍ୟ ହରାଇ ରାସ୍ତାର ଡ଼ାହାଣ ପଟକୁ ଓଲଟି ପଡ଼ିଥିଲା । ବସରେ ୪୦ଜଣ ଯାତ୍ରୀ ଥିଲେ । ଖବର ପାଇ ଅଡ଼ବା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/06/18/murder-of-farmer-sleeping-at-tube-well-in-ghazipur-up/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking