33.1 C
Bhubaneswar
Wednesday, April 24, 2024
Homeଓଡିଶାଓଲଟିଲା ବସ୍‌

ଓଲଟିଲା ବସ୍‌

ନବରଙ୍ଗପୁର : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ପାପଡାହାଣ୍ଡି ମୃଗ ବିହାର ନିକଟରେ ଓଲଟିଲା ଯାତ୍ରୀବାହି ବସ । ଜୟପୁରରୁ ଚନ୍ଦାହାଣ୍ଡ ି ଯାଉଥିବା ‘ଜେକେ’ ନାମକ ଏକ ଘରୋଇ ବସ ଓଲଟି ପଡିଥିବା ଜଣାପଡିଛି । ବସଟି ଯାଉଥିବା ସମୟରେ ସାମ୍ନାକୁ ଗୋଟିଏ ଗାଈ ପଶି ଆସିବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ବସ ତଳେ ଚାପି ହୋଇ ଘଟଣାସ୍ଥଳରେ ୨ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଖବର ପାଇ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ନିତିନ କୁଶାଲକର ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ମେଡିକାଲକୁ ପଠାଇଛନ୍ତି । ମୃତକଙ୍କ ସଂଖ୍ୟା ବଢିବା ସମ୍ଭାବନା ରହିଛି । ଅଗ୍ନିଶମ ବିଭାଗ ଓ ପୋଲିସ ପହଂଚି ତଦନ୍ତ ଓ ଉଦ୍ଧାର କାମ ଜାରି ରଖିଛି । ମୃତକଙ୍କ ପରିଚୟ ମିଳିନାହିଁ ।
https://onakhabar.com/2020/02/15/truck-driver-dead-contact-with-11-kv-electric-wire/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking