34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଟ୍ରକକୁ ଧକ୍କାଦେଲା ବସ୍ ୧୪ ମୃତ : ୩୫ ଆହତ

ଟ୍ରକକୁ ଧକ୍କାଦେଲା ବସ୍ ୧୪ ମୃତ : ୩୫ ଆହତ

ଫରିଦାବାଦ : ବୁଧବାର ବିଳମ୍ବିତ ରାତିରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୫ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଏକ ଟ୍ରକକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ସିଲ୍ପର ବସ୍। ଦୁର୍ଘଟଣାର ପରେ ଖବର ପାଇ ପୁଲିସ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଏଥିରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୫ ଜଣ ଆହତ ହୋଇଛନ୍ତି। ବସଟିରେ ପ୍ରାୟ ୯୦ ଜଣ ଲୋକ ଯାତ୍ରା କରୁଥିବା ସୁଚନା ମିଳିଛି।
https://onakhabar.com/2020/02/11/coronavairus-11/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking