27.1 C
Bhubaneswar
Thursday, April 25, 2024
Homeଓଡିଶାବସ୍ ଧକ୍କାରେ ଚାଷୀ ମୃତ : ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ଅବରୋଧ

ବସ୍ ଧକ୍କାରେ ଚାଷୀ ମୃତ : ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ଅବରୋଧ

ଦିଗପହଣ୍ଡି : ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର କୋରଇଶୁଣୀ ମନ୍ଦିର ପାଖରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସେ ହେଲେ ବିସୁନୁ ଦଳବେହେରା ଓ ଘର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ । ଗୁରୁବାର ଅପରାହ୍ଣ ୫ଟା ସମୟରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ନାରାୟଣପୁର ଗ୍ରାମବାସୀ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାକୁ ୩ଘଣ୍ଟ।। ଧରି ଅବରୋଧ କରି ରଖିଥଲେ । ଦୁର୍ଘଟଣାଗ୍ରସ୍ତ ବସ୍ ମାଲିକ ଘଟଣାସ୍ଥଳକୁ ନଆସିଲା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଉତ୍ତେଜିତ ଲୋକମାନେ ଅଡି ବସିଥିଲେ । ଘଟଣାଟି ଦିଗପହଣ୍ଡି-ବ୍ରହ୍ମପୁର ସଦରଥାନା ସୀମାରେ ଘଟିଥିବାରୁ ଉଭୟ ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିବାରୁ ପରିସ୍ଥିତି ବେଳକୁ ବେଳ ଜଟିଳ ହୋଇପଡିଥିଲା । ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ୩ ଘଣ୍ଟା ଧରି ଅବରୋଧ ହେବା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହନ ଅଟକି ରହିଥିଲା । ଏହି ଘଟଣା ଉଭୟ ପୁଲିସ ଥାନା ଅଧିକାରୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ମୃତ ବିସୁନୁ ଦଳବେହେରା ଜଣେ ଚାଷୀ ।
ଗୁରୁବାର ଅପରାହ୍ଣ ୪ଟା ସମୟରେ ନିଜ ଜମିରୁ ପରିବା ତୋଳି ରାସ୍ତା ପାଶ୍ୱର୍ରେ ବିକ୍ରି କରିବା ପରେ ରାସ୍ତା ଅତିକ୍ରମ କରି ପୁଣି ଜମିକୁ ଯାଉଥିବା ବେଳେ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ଘରୋଇ ବସ୍ ଦିଲିଖୁସ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଚାଳକ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ୨ଶହ ମିଟର ଆଗକୁ ଯାଇ ବସକୁ ରଖିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଗତ ଏକମାସ ତଳେ ଏହି ବସ୍‌ଟି ଦିଗପହଣ୍ଡି ଥାନା ପାଖରେ ଦୁର୍ଘଟଣା ଘଟାଇବା ଫଳରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲାବେଳେ ଆଜି ପୁଣି ଆଉ ଜଣକର ପ୍ରାଣହାନି ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking