40.1 C
Bhubaneswar
Thursday, April 25, 2024
Homeଅପରାଧଦୁର୍ଗା ପୂଜାରେ ଫୁଟିଲା ଗୁଳି

ଦୁର୍ଗା ପୂଜାରେ ଫୁଟିଲା ଗୁଳି

ନୂଆଦିଲ୍ଲୀ: ଅୟୋଧ୍ୟା କୋତୱାଲି ସିଟି ଅଞ୍ଚଳର ଦେବ କାଳୀ ଚୌକି ଅଧୀନରେ ଥିବା କୋରଖାନା ଅଞ୍ଚଳରେ ଦୁର୍ଗା ପୂଜାର ଆଲୋକ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ଆହତ ଙ୍କୁ ଜିଲ୍ଲା ଡାକ୍ତରଖାନାରୁ ଲକ୍ଷେ୍ନା କୁ ସ୍ଥାନାନ୍ତରିତ କରାଯାଇଛି ।
ଗୁଳି ଚଳାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣେ ପୋଲିସ ହାତରେ ଧରାପଡିଛି ଏବଂ ଦୁଷ୍କର୍ମକାରୀଙ୍କ ଗାଡି ମଧ୍ୟ ଜବତ କରାଯାଇଛି । ଅଯୋଧ୍ୟା ପୋଲିସର ସୂଚନା ଅନୁସାରେ ଏହି  ମାମଲାରେ ସେମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା । ତେବେ ଅଭିଯୁକ୍ତଙ୍କୁ  ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ପ୍ରଦାନ କରିଛି ।
ସୂଚନା ମୁତାବକ ଏହି ଘଟଣା ରାତି ୧୦:୧୫ ସମୟରେ ଘଟିଥିଲା ଯେତେବେଳେ ହଠାତ୍ ଦୁର୍ଗା ପୂଜା ମଣ୍ଡପରେ ଗୁଳି ବିନିମୟ ହୋଇଥିଲା । ସେହି ଗୁଳିରେ ମନଜିତ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିସହିତ ୧୪ ଏବଂ ୧୧ ବର୍ଷର ନାବାଳିକା ଗୁରୁତର ଭାବରେ ଆହତ ହୋଇଥିଲେ । କୁହାଯାଉଛି ଯେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି । ଗୁଳି ବିନିମୟ ପରେ ଘଟଣାସ୍ଥଳରେ ପୋଲିସ ପହଂଚି ଏହାର ତଦନ୍ତ ଆରମ୍ଭ କରିଛି ।  ତେବେ ଏହି  ଗୁଳି ବିନିମୟର ପ୍ରକୃତ କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ପ୍ରାରମ୍ଭିକ ଅନୁସନ୍ଧାନ ପରେ ପୋଲିସ କହିଛି ଯେ ଦୁର୍ଗା  ପୂଜା ସହିତ ଏହି ଘଟଣାର କୌଣସି ସର୍ମ୍ପକ ନାହିଁ । ବର୍ତମାନସୁଦ୍ଧା ଜଣଙ୍କୁ ଗିରଫ କରାଯାଇଛି ଏବଂ ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ଖବର ମୁତାବକ ଯାଂଚ ପାଇଁ ପୋଲିସ ଦ୍ୱାରା ୪ ଟି ଟିମି ଗଠନ କରାଯାଇଛି ଏବଂ ଘଟଣାସ୍ଥଳରେ ଏକ ଗାଡି ମଧ୍ୟ ଜବତ କରାଯାଇଛି । ଏବେ ସୁଦ୍ଧା ଗିରଫ ହୋଇଥିବା ଏକମାତ୍ର ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି । ତାଙ୍କ ମାଧ୍ୟମରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ଏବଂ ଘଟଣାର ପ୍ରକୃତ କାରଣ କୁ ବୁଝିବା ପାଇଁ ଉଦ୍ୟମ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking