27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସମୁଦ୍ର ମଧ୍ୟ ଦେଇ ଚାଲିବ ବୁଲେଟ ଟ୍ରେନ, ଭୂତଳ ଟନେଲ ପାଇଁ ଟେଣ୍ଡର ଜାରି

ସମୁଦ୍ର ମଧ୍ୟ ଦେଇ ଚାଲିବ ବୁଲେଟ ଟ୍ରେନ, ଭୂତଳ ଟନେଲ ପାଇଁ ଟେଣ୍ଡର ଜାରି

ମୁମ୍ବାଇ: ନ୍ୟାସନାଲ ହାଇ ସ୍ପିଡରେଲୱେ କର୍ପୋରେସନ ଲିମିଟେଲ  ମୁ୍ମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ସେବା ପାଇଁ ୨୧ କିଲୋମିଟର ଲମ୍ବର ଟନେଲ ନିର୍ମାଣ ପାଇଁ ଟେଣ୍ଡର ଜାରି କରିଛି । ସେଥିରୁ ୭ କିଲୋମିଟର ଟନେଲ ସମୁଦ୍ର ଗର୍ଭ ଦେଇଯିବ। ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ଯେ, ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ହେବାପରେ ବିଭିନ୍ନ ପ୍ରକଳ୍ପର କାର‌୍ୟ୍ୟ ତୀବ୍ର ଭାବେ ଚାଲିଛି। ପୂର୍ବରୁ ଦିଆଯାଇଥିବା ଟେଣ୍ଡର ଗୁଡ଼ିକ ପ୍ରତ୍ୟାହାର କରାଯାଇଥିଲା । ବର୍ତ୍ତମାନ ପୁନଃ ଏହା ଜାରି କରାଯାଇଛି ।

ମହାରାଷ୍ଟ୍ରର ଥାନେ ଜିଲ୍ଲାର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ଏବଂ ଶିଳଫାଟାରେ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ମଧ୍ୟରେ ସମୁଦ୍ରରେ ଏହି ଟନେଲ ନିର୍ମାଣ ହେବ । ଟେଣ୍ଡର ଡକ୍ୟୁମେଣ୍ଟ ଅନୁଯାୟୀ, ଟନେଲ ବୋରିଂ ମେସିନ ଏବଂ ନ୍ୟୁ ଅଷ୍ଟ୍ରିଆନ ଟନେଲିଂ ପଦ୍ଧତିରେ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଏହି ଅତ୍ୟାଧିନିକ ଟନେଲ ନିର୍ମାଣ କରାଯିବ । 7 କିଲୋମିଟର ଲମ୍ବରର ଟନେଲ ଦେଶରେ ପ୍ରଥମ ଥର ପାଇଁ ସମୁଦ୍ର ଗର୍ଭରେ ନିର୍ମାଣ ହେବ । NHSRCL ଅନୁଯାୟୀ, ନିର୍ମାଣ ହେବାକୁ ଥିବା ଟନେଲଟି 13.1 ମିଟର ବ୍ୟାୟ ବିଶିଷ୍ଟ ‘ଏକକ-ଟ୍ୟୁବ ଟ୍ବିନ-ଟ୍ରାକ୍’ ହେବ। ଟନେଲର 37ଟି ସ୍ଥାନରେ 39ଟି ଯନ୍ତ୍ର କୋଠରୀ ନିର୍ମାଣ ହେବ ।

ଟନେଲର 16 କିଲୋମିଟର ଯାଏ ତିନୋଟି ଟିବିଏମ ବ୍ୟବହାର କରାଯିବ। ସେହିପରି ଅନ୍ୟ 5 କିଲୋମିଟରକୁ ଏନଏଟିମ ମାଧ୍ୟମରେ ନିର୍ମାଣ କରାଯିବ । ଏହା ଭୂମି ଠାରୁ ପ୍ରାୟ 25ରୁ 65 ମିଟର ଗଭୀର ରହିବ ଏବଂ ଶିଳଫାଟା ନିକଟ ପାରସିକ ପାହାଡ ତଳେ ସବୁଠାରୁ ଅଧିକ 114 ମିଟର ଗଭୀରରେ ଟନେଲ ରହିବ । ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ହେଉଛି ଜାନୁଆରୀ 19,2023 ।

ସୂଚନା ଯୋଗ୍ୟ ଗତ ବର୍ଷ ନଭେମ୍ବର ମାସରେ NHSRCL ଏହି ପ୍ରକଳ୍ପରେ ଭୂତଳ ଟନେଲ ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଜାରି କରିଥିଲା । କିନ୍ତୁ ଚଳିତ ବର୍ଷ ପ୍ରଶାସନିକ କାରଣ ଦର୍ଶାଇ କର୍ତ୍ତୃପକ୍ଷ ବାତିଲ କରିଥିଲେ। ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ହେଉଛି ଜାନୁୟାରୀ 19, 2023 | ସୂଚନାଯୋଗ୍ୟ ଯେ NHSRCL ଗତ ବର୍ଷ ନଭେମ୍ବରରେ ଏହି ପ୍ରକଳ୍ପ ପାଇଁ ଭୂତଳ ଟନେଲ ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଆମନ୍ତ୍ରଣ କରିଥିଲା। କିନ୍ତୁ ଚଳିତ ବର୍ଷ ଏହାକୁ ‘ପ୍ରଶାସନିକ କାରଣ’ ଦର୍ଶାଇ କର୍ତ୍ତୃପକ୍ଷ ବାତିଲ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking