33.1 C
Bhubaneswar
Thursday, April 25, 2024
Homeଓଡିଶାଷଣ୍ଢ ଆକ୍ରମଣରେ ବୃଦ୍ଧଙ୍କ ଫାଟିଗଲା ପେଟ

ଷଣ୍ଢ ଆକ୍ରମଣରେ ବୃଦ୍ଧଙ୍କ ଫାଟିଗଲା ପେଟ

ତେଲକୋଇ:ତେଲକୋଇ ଥାନା ଅନ୍ତର୍ଗତ ସରୁଆଳି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ବୁଲା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ପେଟ ଫାଟିଯାଇଛି ।ବୃଦ୍ଧ ଜଣଙ୍କ ହେଲେ ସରୁଆଳି ଗାଁର ଘନଶ୍ୟାମ ଶାଳିମା ।ଆଜି ଦିନ ପ୍ରାୟ ୨ଟା ବେଳକୁ ଗାଁ ପାଖ କେନାଲକୁ ଶୈ।ଚ ପାଇଁ ଯାଇଥିବା ବେଳେ ତାଙ୍କୁ ଗୋଟିଏ ଷଣ୍ଢ ଶିଙ୍ଗରେ ପେଟରେ ଭୂଷି ଦେଇଥିଲା । ଫଳରେ ଘନଶ୍ୟାମଙ୍କ ପେଟ ଫାଟି ପୁଟା ବାହାରକୁ ବାହାରି ଯାଇଥିଲା । ପାଖ ଧାନ ବିଲରେ କାମ କରୁଥିବା ଲୋକେ ଘନଶ୍ୟାମଙ୍କ ଚିତ୍କାର ଶୁଣି ଦୈ।ଡିଯାଇ ତାଙ୍କୁ ଷଣ୍ଢ କବଳରୁ ରକ୍ଷା କରିବା ସହିତ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତର କେନ୍ଦୁଝର ମେଡିକାଲକୁ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking