34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପଞ୍ଜାବରେ ଭୁଶୁଡ଼ିଲା ତିନି ମହଲା କୋଠା

ପଞ୍ଜାବରେ ଭୁଶୁଡ଼ିଲା ତିନି ମହଲା କୋଠା

ମୋହାଲି : ପଞ୍ଜାବରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଞ୍ଜାବର ମୋହାଲିରେ ଖରଡ଼-ଲାଣ୍ଡରା ରୋଡ଼ରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଫାଉଣ୍ଡେସନ ଖୋଳିବା ସମୟରେ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି । ତିନି ମହଲା କୋଠା ତଳେ ଅନେକ ଲୋକ ଫଶି ରହିଛନ୍ତି । ଭଗ୍ନାବଶେଷ ତଳୁ ଲୋକଙ୍କୁ ଖୋଜାଯିବା ସହ ଏନଡିଆରଏଫ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁଯାୟୀ, ଭୁଶୁଡ଼ି ପଡ଼ିଥିବା କୋଠା ତଳେ ୧୦ ରୁ ୧୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଏନଡିଆରଏଫ ଦଳ ଗ୍ୟାସ୍ କଟର, ଟର୍ଚ୍ଚ, ଲାଇଟର ଓ ରସି ଜରିଆରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସରକାରୀ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟ ତ୍ଵରାନ୍ଵିତ କରୁଛନ୍ତି । ଏଯାଏଁ କେତେ ମୃତାହତ ଅଛନ୍ତି ତାହା ଜଣାପଡି ନାହିଁ ।
https://onakhabar.com/2020/02/08/bhasapola-vessel-stuck/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking