31.1 C
Bhubaneswar
Friday, March 29, 2024
Homeଓଡିଶାବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ - ଧର୍ମେନ୍ଦ୍ର ପ୍ରଧାନ

ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ – ଧର୍ମେନ୍ଦ୍ର ପ୍ରଧାନ

-ବଜେଟକୁ ଯୁଗାନ୍ତକାରୀ କହିବା ସହ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ
-ଦୀର୍ଘମିଆଦି ଯୋଜନା ପଛୁଆ, ଗରିବ ସାଧାରଣ ଲୋକଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବ
– ଓଡିଶାରେ ବ୍ଲୁ ଇକୋନୋମି ମାଧ୍ୟମରେ ମାଛ ଉତ୍ପାଦନକୁ ଦୁଇଗୁଣା କରାଯିବ
-‘ସାଗରମିତ୍ର’ ଓଡିଆ ଯୁବପିଢି ପାଇଁ ହେବ ଉପାଦେୟ
– ଦେଶର ଗ୍ରାମ ପଂଚାୟତ ଗୁଡିକୁ ଭାରତ ନେଟ୍ ମାଧ୍ୟମରେ ଯୋଡାଯିବ । ସରକାରୀ ସୁବିଧାରୁ
ବଂଚିତ ସାଧାରଣ ତଥା ଗରିବ ଶ୍ରେଣୀର ଲୋକ ଏହାର ଲାଭ ପାଇବେ
-ଓଡିଶାରେ ଜଙ୍ଗଲ ବୃଦ୍ଧି କାରଣରୁ ରାଜ୍ୟକୁ ଅଧିକ ଆର୍ଥିକ ସହାୟତା ମିଳିବ
ନୂଆଦିଲ୍ଲୀ/ଭୁବନେଶ୍ୱର – ସଂସଦରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ
ଦ୍ୱାରା ଆଗତ ହୋଇଥିବା ଚଳିତବର୍ଷର ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ,
ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ୱିତ ହେବେ । ବିଶେଷଭାବରେ ଓଡିଶା
ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ସଂଖ୍ୟା ଢେର୍ ଅଧିକ ଥିବାରୁ ଏହି
ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା
୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ବଜେଟ୍ କହିବା ସହ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି
ଯେ ଏହି ବଜେଟରେ ଘୋଷଣା କରାଯାଇଥିବା କାରଣରୁ ଓଡିଶା ଭଳି ରାଜ୍ୟରେ ବ୍ଲୁ ଇକୋନୋମି
ମାଧ୍ୟମରେ ମାଛ ଉତ୍ପାଦନକୁ ଦୁଇଗୁଣା କରାଯିବ । ଯୁବକମାନଙ୍କର ମେରାଇନ୍ ବ୍ୟବସାୟରେ
ଭାଗିଦାରୀ ବଢାଇବା ପାଇଁ “ସାଗରମିତ୍ର’ ଭଳି କାର୍ଯ୍ୟକ୍ରମ ସାମ୍ନାକୁ ଅଣାଯାଇଛି । ଦେଶର ଗ୍ରାମ
ପଂଚାୟତ ଗୁଡିକୁ ଭାରତ ନେଟ୍ ମାଧ୍ୟମରେ ଯୋଡାଯିବ । ସରକାରୀ ସୁବିଧାରୁ ବଂଚିତ ସାଧାରଣ ତଥା
ଗରିବ ଶ୍ରେଣୀର ଲୋକ ଏହାର ଲାଭ ପାଇବେ । ସେହିପରି ପ୍ରତି ଗାଁରେ କୃଷି ଆଧାରିତ ବଜାର
ବ୍ୟବସ୍ଥା ତିଆରି କରିବା , ଶୀତଳ ଭଣ୍ଡାର ବ୍ୟବସ୍ଥାକୁ ବଢାଇବା ପାଇଁ ବଜେଟରେ ଗୁରୁତ୍ୱ ଦିଆଯାଇଛି ।
ପଛୁଆ ରାଜ୍ୟ ମାନଙ୍କର ବିକାଶ ମୋଦି ସରକାରଙ୍କ ପ୍ରାଥମିକତା ବୋଲି କହିବା ସହ ଏଭଳି ନୀତି
କାରଣରୁ ଓଡିଶା ଭଳି ରାଜ୍ୟ ଲାଭ ପାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଜେଟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ ବଢାଯାଇଛି ।
ଢାଂଚାଗତ କ୍ଷେତ୍ର ତଥା ସଡକପଥ, ରେଳ, ବିମାନ, ଜଳପଥର ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି ।
ଏହିସବୁ କାମର ଲାଭ ଓଡିଶା ରାଜ୍ୟ ମଧ୍ୟ ପାଇବ । ଅପରପକ୍ଷରେ ଯେଉଁ ଅଂଚଳରେ ଜଙ୍ଗଲ ଅଧିକା
ଅଛି ସେହି ରାଜ୍ୟକୁ ଅଧିକ ପଇସା ଦିଆଯିବା ନେଇ ୧୫ଗ୍ଧଷ ଫାଇନାନ୍ସ କୋମିଶନରେ ବ୍ୟବସ୍ଥା
ହୋଇଛି । ଓଡିଶାରେ ଜଙ୍ଗଲର ମାତ୍ରା ବୃଦ୍ଧି ପାଇଥିବାରୁ ଓଡିଶାକୁ ଏହାର ଫାଇଦା ମିଳିବ ।
ଏହାବ୍ୟତିତ ମଧ୍ୟବିତ ଓ ବ୍ୟବସାୟୀ ମାନଙ୍କ ପାଇଁ ବଜେଟରେ ନୂଆ ନୀତି ଅଣାଯାଇଛି । ବ୍ୟକ୍ତିଗତ
ଆୟରେ ଲାଗୁଥିବା ଟିକସ ହ୍ରାସ କରାଯାଇଛି । କର୍ପୋରେଟ୍ ଜଗତ ପାଇଁ ଟିକସରେ ସୁଧାର ଅଣାଯାଇଛି
ା ଷ୍ଟାଟଅପ୍ କରୁଥିବା ବ୍ୟକ୍ତିମାନଙ୍କୁ ଟିକସ ରହାତି ଦିଆଯାଇଛି । ଯଦ୍ୱାରା କରଦାତା ଓ ବ୍ୟବସାୟୀ ଉଭୟ
ଲାଭ ପାଇବେ । ଓଡିଶା ମଧବର୍ଗୀୟ ରାଜ୍ୟ ହେଉଥିବାରୁ ଓଡିଶା ଲାଭ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ
ପ୍ରଧାନ କହିଛନ୍ତି ।
ସେ କହିଛନ୍ତି ଯେ ଗତ ୫ ବର୍ଷରେ ଯେଉଁଭଳି ଭାବେ ଏକ ସୁଧାରବାଦୀ ନୀତି ମାଧ୍ୟମରେ ମୋଦି
ସରକାର ଦେଶକୁ ଆର୍ଥିକ ପ୍ରବନ୍ଧନର ବଜେଟ୍ ମାଧ୍ୟମରେ ବ୍ୟବସ୍ଥାକୁ ଯୋଡିଥିଲେ । ସେହି ନୀତି
ଆଧାରରେ ଏହି ବଜେଟର କ୍ରିୟାନ୍ୱୟନ କରାଯାଇଛି । ନିରନ୍ତର ସୁଧାର ବଜେଟର ମୂଳବିନ୍ଦୁ ଓ
ବଜେଟର କେନ୍ଦ୍ରରେ ସାଧାରଣ ଲୋକ, ପଛୁଆ ଲୋକ, ଗରିବ ଲୋକଙ୍କୁ ରଖାଯାଇଛି । ଦୀର୍ଘମିଆଦି
ଯୋଜନା ମାଧ୍ୟମରେ ସାଧାରଣ ଲୋକ, ପଛୁଆ ଲୋକ, ଗରିବ ଲୋକଙ୍କୁ ଲମ୍ବା ସମୟ ଧରି
ଅର୍ଥନୈତିକ ସ୍ୱାବଲମ୍ବୀ କରାଯିବା ସହ ଏହା ମାଧ୍ୟମରେ କଲ୍ୟାଣକାରୀ ଦେଶ ଓ ରାଜ୍ୟ ବନାଇବାର
ସରକାରଙ୍କ ଲକ୍ଷ୍ୟ ।
ବଜେଟକୁ ସାମଗ୍ରିକ ଭାବେ ଦେଖିଲେ ବିଭିନ୍ନ ନୀତି ଓ ନୀତିରେ ସୁଧାର ଅଣାଯିବା କାରଣରୁ ଲୋକଙ୍କ
ସଂଚୟ ବଢିବ । ସଂଚୟ ହେଲେ କ୍ରୟ ଶକ୍ତି ବଢିବ । କ୍ରୟ ଶକ୍ତି ବଢିଲେ ବଜାରରେ ଚାହିଦା ବଢିବ
ଓ ଚାହିଦା ବଢିଲେ ଉତ୍ପାଦନ ବଢିବ । ଅର୍ଥନୀତିରେ ଯେଉଁ ଦୁର୍ବଳବସ୍ଥା ଦେଖାଯାଇଥିଲା ସେହିଭଳି
ଅର୍ଥନୀତିରୁ ବାହାରିବା ପାଇଁ ଏହାଠୁ ଭଲ ପଦକ୍ଷେପ କିଛି ହୋଇନପାରେ । ସାରା ଭାରତବର୍ଷର
ସାଧାରଣ ଲୋକମାନେ ଏହି ବଜେଟରୁ ଅଧିକ ଲାଭାର୍ଥୀ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking