26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବଜେଟ : ଭାରତର ପ୍ରତିରକ୍ଷା ବଜେଟ ୬ପ୍ରତିଶତ ବୃଦ୍ଧି, ଦରମା ଓ ପେନସନରେ ଯାଉଛି ଅଧିକ...

ବଜେଟ : ଭାରତର ପ୍ରତିରକ୍ଷା ବଜେଟ ୬ପ୍ରତିଶତ ବୃଦ୍ଧି, ଦରମା ଓ ପେନସନରେ ଯାଉଛି ଅଧିକ ପାଣ୍ଠି

ନୂଆଦିଲ୍ଲୀ : ଗତ ସାଧାରଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ ୩ ଲକ୍ଷ ୧୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଏଥର ତାହା ୩ ଲକ୍ଷ ୩୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଦେଶର ପ୍ରତିରକ୍ଷା ପେନସନ ବଜେଟ୍‌ ୧ ଲକ୍ଷ ୧୭ ହଜାର କୋଟିରୁ ୧ ଲକ୍ଷ ୩୩ ହଜାର କୋଟିକୁ ବୃଦ୍ଧି ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିରକ୍ଷା ଉପକରଣ ଖରିଦ କରିବା ପାଇଁ ଯେତିକି ବ୍ୟୟବରାଦ କରାଯାଇଛି ପ୍ରତିରକ୍ଷା କର୍ମଚାରୀଙ୍କ ପେନସନ ବଜେଟ ତାହାକୁ ବଳିଯାଇଛି । ଏଥର ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ, ନୂଆ ଅସ୍ତ୍ରଶସ୍ତ୍ର ଖରିଦ କରିବା ପାଇଁ ୧ ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କା ରଖାଯାଇଛି । ନୂଆ ବଜେଟରେ ଦେଶର ପ୍ରତିରକ୍ଷା ବ୍ୟୟବରାଦ ୬ ପ୍ରତିଶତ ବୃଦ୍ଧି ପାଇଛି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ନିଜର ସୈନ୍ୟ ସଂଖ୍ୟା କମାଇବା ସହ ଅସ୍ତ୍ରଶସ୍ତ୍ର ଓ ଟେକନଲୋଜୀ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅନ୍ୟପକ୍ଷରେ ଭାରତ ନିଜ ମିଲିଟାରୀର ଆଧୁନିକୀକରଣ ତୁଳନାରେ ଅଧିକ ବ୍ୟୟ ଦରମା ଦେବାରେ କରୁଛି ।
https://onakhabar.com/2020/02/01/budget-2020-21/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking