34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକୋହଳ ହେଲା ବ୍ୟକ୍ତି ଗତ ଆୟ ଟିକସ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କୋହଳ ହେଲା ବ୍ୟକ୍ତି ଗତ ଆୟ ଟିକସ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ନୂଆ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି ଏହା ସହ ବେତନଭୋଗୀ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଆଶ୍ୱସ୍ତି ଆଣିଦେଇଛନ୍ତି ଅର୍ଥମନ୍ତ୍ରୀ । ଆଜି ଲୋକସଭାରେ କେନ୍ଦ୍ର ବଜେଟ ଉପସ୍ଥାପନ କରି ସେ ଆୟକର ଛାଡ଼ ସୀମାକୁ ଆହୁରି କୋହଳ କରିଛନ୍ତି । ଏହା ସହିତ ଟିକସ ବ୍ୟବସ୍ଥାକୁ ଆହୁରି ସରଳ କରିବାକୁ ସେ ଘୋଷଣା କରିଛନ୍ତି ।
ଆୟକର ଛାଡ଼ସୀମା ପୂର୍ବଭଳି ୫ ଲକ୍ଷ ଟଙ୍କା ବଜାୟ ରହିଛି । ବାର୍ଷିକ ଆୟ ୫ ଲକ୍ଷ ୧ ଟଙ୍କାରୁ ୭ଲକ୍ଷ ୫୦ ହଜାର ଟଙ୍କା ମଧ୍ୟରେ ଥିଲେ ୧୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ । ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା । ସେହିପରି ୭ ଲକ୍ଷ ୫୦ ହଜାର ୧ ଟଙ୍କାରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ବାର୍ଷିକ ଆୟ ପାଇଁ ୧୫ ପ୍ରତିଶତ ଆୟକର ଦେବାକୁ ହେବ । ୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କାର ଆୟ ପାଇଁ ୨୫ ପ୍ରତିଶତ ଆୟକର ଦେବାକୁ ହେବ । ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ହେବ ।ଏହି ଘୋଷଣା କରି ସବୁ ବର୍ଗ ପାଇଁ ଏକ ପ୍ରକାର ଆଶ୍ୱସ୍ତି ଆଣିଛନ୍ତି ଅର୍ଥମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking