34.1 C
Bhubaneswar
Friday, March 29, 2024
Homeଓଡିଶାବିଟେକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିଟେକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପାହାଳ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରହୁଥିବା ବିଟେକ୍ ଛାତ୍ରଙ୍କ ଫ୍ୟାନରେ ଝଲନ୍ତା ଅବସ୍ଥାରେ ମୃତ ଉଦ୍ଧାର ପୋଲିସ ଉଦ୍ଧାର କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାହାଳ ଥାନା ସିନର୍ଜି କଲେଜ ହଷ୍ଟେଲରେ । ମୃତ ଛାତ୍ର ଜଣଙ୍କ ହେଲେ ମାଲକାନଗିରିର ସାହିଲରାଜ ବେନିଆ(୧୮) । ପାହାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରିବା ସହ ସୁଇସାଇଡାଲ୍ ନୋଟ୍ ଜବତ କରିଥିବା ଜଣାପଡିଛି । ତେବେ ପୋଲିସ ସାଇଲରାଜଙ୍କ ଫୋନକୁ ଜବତ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ସାହିଲରାଜ କାହା ସହ ଚାର୍ଟ ଓ ଫୋନରେ କଥାବାର୍ତ୍ତା ହେଉଥିବା ଯୁବତୀ ଜଣଙ୍କ କିଏ । ତାର ତଦନ୍ତ କରୁଛି କମିଶନରେଟ୍ ପୋଲିସ ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବ ବୋଲି କହିଛନ୍ତି ଥାନା ଅଧିକାରୀ । ସୂଚନା ମୁତାବକ, ମାଲକାନଗିରିର ସାଇଲରାଜ ଦିନିଆ ପାହାଳ ଥାନା ନିକଟସ୍ଥ ସିନର୍ଜି କଲେଜରେ ବିଟେକ ଛାତ୍ର ଥିଲେ । କଲେଜରେ ଥିବା ହଷ୍ଟେଲରେ ସାଇଲରାଜ ରହୁଥିଲେ । ଶନିବାର ସଂଧ୍ୟାରେ ସେ ରୁମକବାଟ ନ ଖୋଲିବାରୁ ସାଙ୍ଗମାନଙ୍କ ସନ୍ଦେହ ହୋଇଥିଲା । କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କଲେଜ କର୍ତ୍ତୃପକ୍ଷ ରୁମର କବାଟ ଭାଙ୍ଗି ଦେଖିବା ବେଳକୁ ସେ ଫ୍ୟାନରେ ରଶି ଲଗାଇ ଝୁଲି ଯାଇଥିଲେ । ପୋଲିସ ପହଁଚି ସଙ୍ଗେ ସଙ୍ଗେ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ପଠାଇଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପାରିପାଶ୍ୱର୍ିକ ସ୍ଥିତି ଓ ଜବତ ସୁଇସାଇଡ ନୋଟରୁ ପ୍ରେମରେ ବିଫଳ ହେବା ପରେ ସାଇଲରାଜ ଜୀବନ ହାରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ବିଭିନ୍ନ ଦିଗକୁ ନେଇ ଘଟଣାର ତନନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking