35.1 C
Bhubaneswar
Tuesday, April 23, 2024
Homeଓଡିଶାବିଏସପି ତରଫରୁ ମାୟାବତୀଙ୍କ ୬୪ତମ ଜନ୍ମ ଜୟନ୍ତୀ ପାଳିତ

ବିଏସପି ତରଫରୁ ମାୟାବତୀଙ୍କ ୬୪ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗୀର(ଦେବାଶିଷ ମିଶ୍ର): ବଲାଙ୍ଗୀର ଜିଲ୍ଲା ବହୁଜନ ସମାଜ ପାର୍ଟି (ବିଏସପି) ତରଫରୁ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷା ମାୟାବତୀଜୀଙ୍କ ୬୪ ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ବିଷ୍ଣୁମୁଣ୍ଡାରେ ଥିବା ଆମ୍ବେଦକର ପାଠାଗାର ଠାରେ ଜନକଲ୍ୟାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରେ. ବହୁଜନ ସମାଜ ପାର୍ଟି ଦଳିତ, ନିସ୍ଫେଷିତ, ଗରିବ ତଥା ପଛୁଆ ବର୍ଗ ପାଇଁ ତାଙ୍କର ହକ୍ ର ଲଢେଇ ଜାରି ରଖିଥିବ ବୋଲି ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାର କହିଛନ୍ତି । ଆହୁରି ମଧ୍ୟ, କାହିଁ କୋଉ କାଳରୁ ଆମକୁ ଜାତି ପ୍ରଥା ମାଧ୍ୟମ ରେ ଭାଗ ଭାଗ କରି ଆମର ଏକତା ଭଙ୍ଗ କରି ଆମକୁ ଦୁର୍ବଳ କରିବାର ହିନ ଷଡଯନ୍ତ୍ର କରାଯାଇଛି । କିନ୍ତୁ କାଂସିରାମ, ବୁଦ୍ଧ, ବାବା ସାହେବ, ଫୁଲେ , ପେରିଆର୍ ଙ୍କ ଦ୍ୱାରା ଅନୁପ୍ରାଣିତ ଏହି ଦଳର ସମସ୍ତ ସଦସ୍ୟ ଆଜି ବେହେନ ମାୟାବତିଙ୍କ ଜନ୍ମ ଦିବସରେ, ଜାତି ମତ ନିର୍ବିଶେଷ ରେ ସମସ୍ତେ ଏକ ହୋଇ ସମାଜର ସମସ୍ତ ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ହକ୍ ପାଇଁ ଲଢିବାର ପ୍ରଣ କରନ୍ତୁ ବୋଲି ସଭାପତି ଶ୍ରୀ ଦ୍ରୋଣ କୁମ୍ଭାର ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜେନ୍ଦ୍ର ସୁନା , ବିଶ୍ୱନାଥ ସୁନା , ସୁକୁନ ନାଗ ଓ ଚକ୍ର ବାଗ ପ୍ରମୁଖ ସମାଜର ଦଳିତ ତଥା ପଛୁଆ ବର୍ଗର ଲୋକଙ୍କ ସମସ୍ୟା ଉପରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । କାଯ୍ୟକ୍ରମରେ ରାମନାଥ କୁମ୍ଭାର , ବୀରେନ ତାଣ୍ଡି , ଘନଶ୍ୟାମ କୁମ୍ଭାର , ବିଘ୍ନରାଜ କୁମ୍ଭାର , ହେମନ୍ତ ନାଗ, ରିତୁ ସୁନା ଓ ପ୍ରମୁଖ ବିଏସ୍‌ପି ସଦସ୍ୟମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking