38.1 C
Bhubaneswar
Tuesday, April 23, 2024
Homeଅପରାଧନିର୍ଦ୍ଦୟୀ ବୋହୂର ବର୍ବରତା: ୧୦୫ ବର୍ଷୀୟ ଶାଶୂଙ୍କୁ ନିର୍ଧୁମ ପିଟିଲା

ନିର୍ଦ୍ଦୟୀ ବୋହୂର ବର୍ବରତା: ୧୦୫ ବର୍ଷୀୟ ଶାଶୂଙ୍କୁ ନିର୍ଧୁମ ପିଟିଲା

କାନପୁର : କାନପୁରରେ ଜଣେ ବୋହୂ ନିଜ ଶାଶୂଙ୍କ ଉପରେ ଅତ୍ୟାଚାରର ସବୁ ସୀମା ପାର୍ କରି ଦେଇଛନ୍ତି । ଘଟଣା ଘଟିଛି କାନପୁରର ଚକେରୀ ଖେଡ଼ା ଗାଁରେ । ବୋହୂ ଜଣକ ୧୦୫ ବର୍ଷୀୟ ନିଜ ଶାଶୂଙ୍କ ସହିତ ମାରପିଟ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ତାଙ୍କ ନିର୍ଦ୍ଦୟତାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ବୋହୂ, ବୃଦ୍ଧା ଶାଶୂଙ୍କୁ ଗାଧୋଇ ଦେବା ସମୟରେ ନିର୍ଧୁମ ପିଟୁଥିବା, ମୁହଁରେ ଖାଦ୍ୟ ଠୁଁସୁଥିବା ଏବଂ ନିର୍ଘାତ ବାଡ଼ାଉଥିବା ଦେଖିବାକୁ ମିଳୁଛି । ତେବେ ଭିଡିଓଟି ପୋଲିସ ପାଖରେ ପହଞ୍ଚିବା ପରେ ପୋଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ।

ଏହାପରେ ପୋଲିସ ସମ୍ପୃକ୍ତ ବୋହୂଙ୍କୁ ଗିରଫ କରି ୧୫ ଦିନ ପାଇଁ ଜେଲ୍ ହାଜତକୁ ପଠାଇ ଦେଇଛି । ସୂଚନା ଅନୁଯାୟୀ, ଖେଡ଼ା ଗାଁର ବାସିନ୍ଦା ଜୟରାମ ଦେବୀ ନିଜ ପୁଅ ଭଗବାନ ବଲୀ ଓ ବୋହୂ ଆରତୀ ଗୁପ୍ତାଙ୍କ ସହ ରହୁଛନ୍ତି । ଜୟରାମ ଦେବୀଙ୍କ ସ୍ୱାମୀ ବିଷ୍ଣୁ ଦତ୍ତଙ୍କ ନିଧନ ହୋଇଯାଇଛି । ବର୍ତ୍ତମାନ ଜୟରାମଙ୍କ ବୟସ ୧୦୫ । ଏଭଳି ସ୍ଥିତିରେ ବୋହୂ ତାଙ୍କ ଦେଖାଶୁଣା କରିବା ପରିବର୍ତ୍ତେ ପ୍ରତ୍ୟେକ ଦିନ ତାଙ୍କ ସହିତ ଅକଥନୀୟ ଅତ୍ୟାଚାର କରି ଆସୁଥିଲେ । ଉଠିବା, ବସିବା, ଖାଇବା ପିଇବା ସମୟରେ ଶାଶୂଙ୍କୁ ଖୁବ୍ ପିଟୁଥିଲେ । ତେବେ ଏ ସମସ୍ତ କଥା ପଡ଼ୋଶୀମାନେ ଜାଣିଥିଲେ । ଦିନେ ସେମାନେ ମାରପିଟର ଭିଡିଓ ପ୍ରସ୍ତୁତ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ ।

ଏହାପରେ ଭିଡିଓଟି ପୋଲିସ ପାଖରେ ପହଞ୍ଚିଥିଲା । ସେପଟେ ପୋଲିସ ଏହି ଘଟଣାରେ ପଡ଼ୋଶୀମାନଙ୍କୁ ଧନ୍ୟବାଦ ଜଣାଇଛି । ପଡ଼ୋଶୀମାନେ ଭିଡିଓ ଭାଇରାଲ କରି ଏହା ମାଧ୍ୟମରେ ସମାଜକୁ ସଚେତନ କରାଇଥିଲେ । ଭିଡିଓ ଭାଇରାଲ ହେବାର ମାତ୍ର କିଛି ମିନିଟ୍ ଭିତରେ ନିର୍ଦ୍ଦୟୀ ବୋହୂ ଜେଲ୍‌ରେ ପହଞ୍ଚିଥିଲା । ଯଦି ପଡ଼ୋଶୀମାନେ ଏହା କରି ନ ଥାଆନ୍ତେ, ତେବେ ବୃଦ୍ଧା ଜଣକ ଏମିତି କେତେ ଦିନ ପର୍ଯ୍ୟନ୍ତ ବୋହୂର ଅତ୍ୟାଚାର ସହି ଥାଆନ୍ତେ । ତାହା କେହି ବି କହିପାରି ନ ଥାଆନ୍ତେ । ତେବେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଅଭିଯୁକ୍ତା ବର୍ଷ ବର୍ଷ ଧରି ନିଜ ବୃଦ୍ଧା ଶାଶୂଙ୍କ ଉପରେ ଏମିତି ଅତ୍ୟାଚାର କରି ଆସୁଥିଲେ । ନିରୀହ ବୃଦ୍ଧା ଜଣକ ବି ତାହାକୁ ସହୁଥିଲେ । ଏପରି କି, ବୃଦ୍ଧା ଠିକ୍ ଭାବରେ କଥା କହିପାରୁ ନ ଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking