27.1 C
Bhubaneswar
Thursday, April 25, 2024
Homeଅପରାଧବ୍ରାଉନ୍‌ସୁଗର ବେପାରୀକୁ ୧୦ ବର୍ଷ କାରାଦଣ୍ଡ

ବ୍ରାଉନ୍‌ସୁଗର ବେପାରୀକୁ ୧୦ ବର୍ଷ କାରାଦଣ୍ଡ

ନିମାପଡ଼ା : ଶୁକ୍ରବାର ନିମାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଲୋକନାଥ ସାହୁ ଜଣେ ବ୍ରାଉନ୍ ସୁଗାର ବେପାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ୨୦୨୦ ମସିହା ନଭେମ୍ବର ୨୪ ତାରିଖ ଭୋର ୫ଟା ସମୟରେ ଅସ୍ତରଙ୍ଗ ଥାନାର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟେ ଅସ୍ତରଙ୍ଗ ଥାନା ଅଧିନ ଉକୁଳେଇ ଛକ ନିକଟସ୍ଥ କନଭେଣ୍ଟ୍ ସ୍କୁଲ୍ ନିକଟରେ ୪ ଜଣ ବ୍ୟକ୍ତିଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖି ସେମାନଙ୍କୁ ଗିରଫ କରିଥିଲେ । ପରେ ତଲାସି ନେବାରେ ଅଭିଯୁକ୍ତ ତ୍ରିନାଥ ପ୍ରଧାନଙ୍କଠାରୁ ୨୬୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଥିଲା ।

ଏହି ଘଟଣାରେ ଅସ୍ତରଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ମାମଲାର ବିଚାର କରି ବିଚାରପତି ଶ୍ରୀ ସାହୁ ୯ ଜଣ ସାକ୍ଷୀଙ୍କର ସାକ୍ଷ୍ୟ ପ୍ରମାଣ ଓ ବିଭିନ୍ନ ଦସ୍ତାବିଜ୍‌କୁ ବିଚାରକୁ ନେଇ ଶୁକ୍ରବାର ଆସାମୀ ତ୍ରିନାଥ ପ୍ରଧାନ ବିରୁଦ୍ଧରେ ଦଣ୍ଡ ବିଧାନ ଶୁଣାଇଛନ୍ତି । ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଜୋରିମାନା ଅନାଦେୟ ଆହୁରି ୨ ବର୍ଷ ଜେଲ୍ ଦଣ୍ଡ ଶୁଣାଯାଇଛି । ଅନ୍ୟମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ସରକାରଙ୍କ ତରଫରୁ ଅତିରିକ୍ତ ପି.ପି. ସୀତାକାନ୍ତ ଦାସ ମାମଲାଟିକୁ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking