34.1 C
Bhubaneswar
Friday, March 29, 2024
Homeଅପରାଧପୁଣି ୨୦ ଲକ୍ଷ ଟଙ୍କାର ଧଳା ଜହର ଜବତ: ୩ ଗିରଫ

ପୁଣି ୨୦ ଲକ୍ଷ ଟଙ୍କାର ଧଳା ଜହର ଜବତ: ୩ ଗିରଫ

ଜଳେଶ୍ୱର : ଜଳେଶ୍ୱର ପୁଲିସ ଆଜି ଭୋର ସମୟରେ ସେକ୍‌ସରାଇ ଛକରେ ଚଢ଼ଉ କରି ଶହେ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ତିନିଜଣଙ୍କୁ ଗିରଫ କରିଛି। ଧରାପଡ଼ିଥିବା ନିଶା ବେପାରୀମାନେ ପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ମୁତାବକ ଜଳେଶ୍ୱର ଏକ ଇଣ୍ଡିଗୋ କାର ଯୋଗେ ପୁରୀକୁ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ଏହି ଆଧାରରେ ପୁଲିସ ସେକ୍‌ସରାଇ ଛକ ନିକଟରେ ଆଜି ଭୋର ସମୟରେ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାବେଳେ ଶହେ ଗ୍ରାମ ବ୍ରାଉନ୍‌ସୁଗାର ସହ ନଗଦ ୩ ଲକ୍ଷ ୧୪ ହଜାର ଟଙ୍କା ଜବତ କରିଥିଲା। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି। ଏହି ଘଟଣାରେ କାରରେ ଥିବା ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ନରେନ୍ଦ୍ରକଣର ଶ୍ରୀଧର ନାୟକ (୩୦), ଲିଟୁ ଦୋରା (୨୯) ଓ ଦେବାଶିଷ ମହାନ୍ତି ଓରଫ ଅଜୁ (୩୦)କୁ ପୁଲିସ ଗିରଫ କରିଛି। ସେମାନେ ବ୍ୟବହାର କରୁଥିବା କାରକୁ ପୁଲିସ ଜବତ କରିଥିବା ବେଳେ ଏହାର ମାଲିକ ବ୍ରଜମୋହନ ସୋରେନ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ବ୍ରାଉନ୍‌ସୁଗାର ନିଶାସେବନ ସହ ଅଭ୍ୟସ୍ତ ବୋଲି ପୁଲିସ କହିଛି। ଚଢ଼ଉରେ ଜଳେଶ୍ଵର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ଧନେଶ୍ଵର ସାହୁ, ଏସ୍‌ଆଇ ନଗରଦୀପ ସେଠୀ, ଏଏସ୍‌ଆଇ ସତ୍ୟନାରାୟଣ ବଳ, ଦିଲ୍ଲୀପ ସାମଲ ପ୍ରମୁଖ ସାମିଲ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking