27.1 C
Bhubaneswar
Friday, March 29, 2024
Homeଅପରାଧ୩ କୋଟି ଟଙ୍କାର ଧଳା ଜହର ଜବତ

୩ କୋଟି ଟଙ୍କାର ଧଳା ଜହର ଜବତ

ମୟୁରଭଞ୍ଜ : କ୍ରାଇମବ୍ରାଞ୍ଚ  ଏସଟିଏଫ ହାତରେ ବ୍ରାଉନସୁଗାର ଡିଲର । ଆଜି ମୟୁରଭଞ୍ଜ ଜିଲ୍ଲାରୁ ୩.୨୮ କେଜିର ଧଳା ଜହରକୁ ଜବତ କରାଯାଇଛି । ତେବେ ଆଜି ଜବତ ହୋଇଥିବା ଧଳା ଜହରର ଆନୁମାନି ମୂଲ୍ୟ ୩ କୋଟି ରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ଏଥିସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଗିରଫ ଅଭିଯୁକ୍ତ ଜଣକ  ବ୍ରାଉନସୁଗାର ଡିଲର ବୋଲି ସୂଚନା ମିଳିଛି । ଏନେଇ କ୍ରାଇମବ୍ରାଞ୍ଚଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି, ଏହି ନିଶା ବେପାରର ଚେର କେଉଁଆଡ଼େ ଲମ୍ବିଛି ସେ ନେଇ ତଦନ୍ତ ଜାରି ରହିଛି । ଏନେଇ ପୁଲିସ୍ ଡିଜି ଅଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ରାଜ୍ୟରେ ଦିନକୁ ଦିନ ନିଶା ବେପାର ବଢି ଚାଲିଛି । ଗୋଟିଏ ପଟେ କରୋନା ସଂକ୍ରମଣ ନିଦ ହଜାଇ ଦେଇଛି ତ ଅନ୍ୟପଟେ କରୋନାର ସୁଯୋଗ ନେଇ ରାଜ୍ୟରେ ବଢି ଚାଲିଛି ନିଶା କାରବାର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking