28.1 C
Bhubaneswar
Wednesday, April 24, 2024
Homeଅପରାଧଭଉଣୀକୁ ଦୁଷ୍କର୍ମ କଲା ଭାଇ

ଭଉଣୀକୁ ଦୁଷ୍କର୍ମ କଲା ଭାଇ

ପାଟଣା: ବିହାରର ଦରଭଙ୍ଗାରୁ ଆସିଛି ସମ୍ପର୍କର ଏକ  ଲଜ୍ଜାଜନକ ମାମଲା । ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୫ ବର୍ଷୀୟ ସଂପର୍କୀୟ ଭଉଣୀକୁ ଦୁଷ୍କର୍ମ କରିଛି । ପୀଡିତା ତାଙ୍କ ମା’ଙ୍କୁ ସମସ୍ତ ଘଟଣା କହିଥିଲେ, ପରେ ତୁରନ୍ତ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି ପକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପୋଲିସ କହିଛି ଯେ ଅଭିଯୁକ୍ତ ତାର ଅପରାଧ ସ୍ୱୀକାର କରିଛି। ପୂରା ମାମଲା ଦରଭଙ୍ଗାର ହନୁମାନ ନଗର ଅଞ୍ଚଳରେ, ଯେଉଁଠାରେ ପୀଡିତାଙ୍କ ପରିବାର ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ ତେବେ ଝିଅକୁ ଚକଲେଟ ଖାଇବାକୁ ଦେବାକୁ ବାହାନା କରି ଅଭିଯୁକ୍ତଙ୍କୁ ବାହାରକୁ ନେଇଯାଇଥିଲା ଏବଂ ଏକ ବୁଦା ନିକଟରେ ତାକୁ ଦୁଷ୍କର୍ମ କରିଥିଲା ।  ପିଡୀତା ତାଙ୍କ ମା’ଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା।

ଏହି ମାମଲାରେ ପିଡୀତାର ପିତାମାତା କହିଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍। ଯାହା ଦ୍ୱାରା ଏଭଳି ଘଟଣାକୁ ରୋକାଯାଇପାରିବ । ତେବେ ପିଡୀତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି।ଏଥି ସହିତ, ଏହି ମାମଲାରେ ହାୟାଘାଟ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ତାରିକ ଅନୱାର କହିଛନ୍ତି ଯେ ୧୯ ବର୍ଷୀୟ ଅଭିଯୁକ୍ତ ମଧ୍ୟ ନିଜ ଅପରାଧ ସ୍ୱୀକାର କରିଛନ୍ତି ଏବଂ ପକ୍ସୋ ଆକ୍ଟ ସମେତ ଅନ୍ୟାନ୍ୟ ଦଫା ଲଗାଯାଇଛି, ଅଭିଯୁକ୍ତକୁ ଜେଲକୁ ପଠାଯାଇଛି । ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ମଧ୍ୟ ପୀଡ଼ିତାଙ୍କ ସମ୍ପର୍କୀୟ, ଉଭୟ ପଡ଼ୋଶୀ ଅଟନ୍ତି, ସମ୍ପର୍କରେ ଭାଇ ଭଉଣୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking