29.1 C
Bhubaneswar
Thursday, April 25, 2024
Homeଅପରାଧ୫ ବର୍ଷ ବୟସରେ ଦୁଷ୍କର୍ମ କରିଥିଲା ଭାଇ, ୩୧ ବର୍ଷ ପରେ ଅଭିଯୋଗ କଲେ ମହିଳା

୫ ବର୍ଷ ବୟସରେ ଦୁଷ୍କର୍ମ କରିଥିଲା ଭାଇ, ୩୧ ବର୍ଷ ପରେ ଅଭିଯୋଗ କଲେ ମହିଳା

ମୁମ୍ବାଇ: ୫ ବର୍ଷ ବୟସରେ ଭାଇ ଦ୍ବାରା ହୋଇଥିଲେ ଦୁଷ୍କର୍ମ ଶିକାର । ୩୧ ବର୍ଷ ପରେ ଏନେଇ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ୩୬ ବର୍ଷୀୟା ମହିଳା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଅମରାବତୀରେ । ମହିଳାଜଣଙ୍କ ଅମରାବତୀ ଥାନାରେ ଏନେଇ ଏତଲା ଦେଇଛନ୍ତି । ଏପରି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ମହିଳାଜଣଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ୫ ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କ ଭାଇଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ସେ ଘରେ ଜଣାଇବା ପରେ ମଧ୍ୟ ଏହି ଘଟଣାକୁ ଘରଲୋକଙ୍କ ଦ୍ବାରା ଅଣାଦେଖା କରାଯାଇଥିଲା । ବାଧ୍ୟ ହୋଇ ସେ ସେତେବେଳେ ଚୁପ ରହିଥିଲେ ।

ତେବେ ଘଟଣାର ୩୧ ବର୍ଷ ପରେ ମହିଳାଜଣଙ୍କ ଏପରି ଅଭିଯୋଗ ନେଇ ଥାନାରେ ଦ୍ବାରସ୍ଥ ହେବା ସହ ନିଜ ଭାଇଙ୍କ ବିରୋଧରେ କଡା କର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ପୀଡିତା ତାଙ୍କ ସ୍ୱାମୀ ଏବଂ ପୁଅଙ୍କ ସହ ନୋଏଡା ଠାରେ ରୁହନ୍ତି । ପୀଡିତାଙ୍କୁ ତାଙ୍କ ବଡ ଭାଇ ପାଞ୍ଚ ବର୍ଷ ବୟସରେ ଦୁଷ୍କର୍ମ କରିଥିଲେ । ପରେ ପରିବାରର ନୀରବତା ପାଇଁ ତାଙ୍କ ସହ ବହୁ ବର୍ଷ ପର‌୍ୟ୍ୟନ୍ତ ଏପରି ଦୁଷ୍କର୍ମର ଶିକାର ସହ୍ୟ କରିବାକୁ ପଡିଥିବା ସେ ନିଜ ଏତଲାରେ ଦର୍ଶାଇଛନ୍ତି ।

ମହିଳାଙ୍କ ଏତଲାରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ,୧୯୮୩ ରୁ ୧୯୯୧ ମଧ୍ୟରେ ଏହି ଘଟିଥିଲା । ଏପରି କାଣ୍ଡ ଘଟାଇଥିବା ତାଙ୍କ ୫୪ ବର୍ଷୀୟ ଭାଇ ଏବେ ମୁମ୍ବାଇରେ ରହୁଛି । ତେଣୁ ତା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳାଜଣଙ୍କ ଦିଲ୍ଲୀର ମହିଳା ଆୟୋଗ ଏବଂ ନୋଏଡା ପୋଲିସ ଷ୍ଟେସନରେ ମଧ୍ୟ ଅଭିଯୋଗ କରିଛନ୍ତି । ସେ ପୂର୍ବରୁ ଅମରାବତୀରେ ରହୁଥିବାରୁ ସ୍ଥାନୀୟ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ସେତେବେଳେ ସେ ଅଭିଯୋଗ କରିବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ପରିବାର ସମ୍ମାନ ଓ ଅଣଦେଖା ପାଇଁ ଏପରି ଅତ୍ୟାତାରକୁ ସହ୍ୟ କରିବାକୁ ବାଧ୍ୟ ହୋଇଥିଲେ ବୋଲି ମହିଳାଜଣଙ୍କ ଏପରି ଅଭିଯୋଗରେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking