34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବୟଫ୍ରେଣ୍ଡ ପାଇଁ ଭାଇ ହେଲା ବଇରୀ

ବୟଫ୍ରେଣ୍ଡ ପାଇଁ ଭାଇ ହେଲା ବଇରୀ

ନୂଆଦିଲ୍ଲୀ: ଭାଇ ଭଉଣୀ ସମ୍ପର୍କ ଏକ ପବିତ୍ର ସମ୍ପର୍କ । ହେଲେ ଭଉଣୀ ନିଜ ସ୍ୱାର୍ଥ ପାଇଁ ଭାଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲା । ଏପରିକି ଅଭିଯୋଗ ଆଧାରରେ ଭାଇ ଦୁଇ ବର୍ଷ ଜେଲରେ ସଜା ମଧ୍ୟ କାଟିଲା । ଦୀର୍ଘ ଦୁଇ ବର୍ଷ ସଜା କାଟି ଘରକୁ ଫେରିଛି ଭାଇ । ଭଉଣୀଙ୍କୁ ତାଗିଦ କରିବା ଏହି ୨୪ ବର୍ଷୀୟ ଯୁବକ ପାଇଁ ମହଙ୍ଗା ପଡ଼ିଥିଲା । ନିଜ ବୟଫ୍ରେଣ୍ଡ ସହିତ ଏହି ଯୁବତୀ ଜଣଙ୍କ ବାହାରକୁ ଯାଉଥିବା ବେଳେ ଭାଇ ଏହାର ବିରୋଧ କରିବାରୁ ତାଙ୍କ ବିରୋଧରେ ଦୁଷ୍କର୍ମର ମିଥ୍ୟା ଅଭିଯୋଗ ଆଣିଥିଲେ ଭଉଣୀ । ଭଉଣୀ ନାବାଳିକା ଥିବାରୁ ପକ୍ସୋ ଆକ୍ଟ ଅନୁଯାୟୀ ୨ ବର୍ଷ ହେବ ଜେଲରେ ରହିଥିଲେ ଏହି ୨୪ ବର୍ଷୀୟ ଯୁବକ । ଶେଷରେ ଭଉଣୀ ମିଥ୍ୟା ଅଭିଯୋଗ କରିଥିବା ନେଇ ସ୍ୱୀକାର କରିବା ପରେ ଯୁବକ ଜଣଙ୍କ ଜେଲରୁ ମୁକୁଳିଛନ୍ତି । ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମୁମ୍ବାଇରେ ଏହି ଘଟଣା ଘଟିଥିଲା । ଘରେ ମାତା ପିତା ନଥିବା ସମୟରେ ଭାଇ ତାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲା ଭଉଣୀ । ୨୦୧୯ ମସିହାରେ ନାବାଳିକା ଥିବା କାରଣରୁ ପକ୍ସୋ ଆକ୍ଟରେ ଭାଇକୁ ଗିରଫ କରିଥିଲା ପୋଲିସ୍ । ତେବେ ଦୀର୍ଘ ଦୁଇ ବର୍ଷ ପରେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଯୁବତୀ । ସେ ନିଜ ବୟଫ୍ରେଣ୍ଡ ସହିତ ବାହାରକୁ ଯାଉଥିବା ବେଳେ ଭାଇ ଏହାକୁ ବିରୋଧ କରିବା ସହିତ ହାତ ଉଠାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା ଯୁବତୀ ଜଣକ ସ୍ୱୀକାର କରିଥିଲେ । ଯୁବତୀଙ୍କ ବୟାନ ପରେ ଦିନ୍ଦୋଶୀର ଏକ ସ୍ୱତନ୍ତ୍ର କୋର୍ଟ ଯୁବକଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking