29.1 C
Bhubaneswar
Wednesday, April 24, 2024
Homeକମନୱେଲଥ ଗେମ୍ସଟ୍ରିପଲ ଜମ୍ପରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ, ରେସ୍ ୱାକରେ ବ୍ରୋଞ୍ଜ୍ ହାତେଇଲେ ସନ୍ଦୀପ କୁମାର

ଟ୍ରିପଲ ଜମ୍ପରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ, ରେସ୍ ୱାକରେ ବ୍ରୋଞ୍ଜ୍ ହାତେଇଲେ ସନ୍ଦୀପ କୁମାର

ନୂଆଦିଲ୍ଳୀ: କମନୱେଲଥ ଗେମ୍ସର ଟ୍ରିପଲ୍ ଜମ୍ପରେ ରବିବାର ଚମକ୍ରାର ପ୍ରଦର୍ଶନ କରି ୨ ପଦକ ଜିତିଛନ୍ତି । ବର୍ମିଂଘମରେ ଜାରି ଖେଳରେ ରବିବାର ଏଲ୍ଡୋସ ପୌଲ୍ ଏବଂ ଅବଦୁଲ୍ଲା ଅବୁବକର ଦେଶକୁ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ଜିତାଇଛନ୍ତି ।

ଏଡଲୋସ ପଲ୍ ୧୭.୦୩ ମିଟର ଦୂର ଡେଇଁ ସ୍ୱର୍ଣ୍ଣ ହାସଲ କରିଥିଲେ । ସେହପରି ଅବଦୁଲ୍ଳା ୧୭.୦୨ ମିଟର ଉଚ୍ଚା ଡେଇଁଥିରେ । ତେବେ ତୃତୀୟ ସ୍ଥାନ ପାଇଁ ଭାରତର ପ୍ରବୀଣ ଚିତ୍ରୋବେଲ ଅଳ୍ପ ବ୍ୟବଧାନରେ ବରମୁଡାର ପେରିନଜକଙ୍କ ଠାରୁ ପଛରେ ରହିଗଲେ ।

ସେପଟେ ୧୦ ହଜାର ମିଟର ରେସ୍ ୱାକରେ ଭାରତକୁ ବ୍ରୋଞ୍ଜ୍ ପଦକ ମିଳିଛି । ଭାରତ ପାଇଁ ସନ୍ଦୀପ କୁମାର ଜିତିଛନ୍ତି ବ୍ରୋଞ୍ଜ୍ ପଦକ। ସେହିପରି ମହିଳା ଜାଭଲିନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ଅନୁରାଣୀ ।

ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୬ କୁ ବୃଦ୍ଧି ହୋଇଛି । ଏପର୍ଯ୍ୟନ୍ତ ଭାରତକୁ ମିଳିଲାଣି ୧୬ ସ୍ୱର୍ଣ୍ଣ, ୧୨ ରୌପ୍ୟ ଓ ୧୯ ବ୍ରୋଞ୍ଜ ପଦକ ।

ବକ୍ସିଂରେ ଭାରତକୁ ୨ୟ ସ୍ୱର୍ଣ୍ଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking