32.1 C
Bhubaneswar
Tuesday, April 23, 2024
Homeଓଡିଶାକୁଟୁମଡୋଲା ସେତୁ ଲୋକାର୍ପଣ କଲେ ନରସିଂହ କୁଟୁମଡୋଲା କୁସମେଲ ସେତୁ ଅଂଚଳ ପାଇଁ ବିକାଶର ସେତୁ...

କୁଟୁମଡୋଲା ସେତୁ ଲୋକାର୍ପଣ କଲେ ନରସିଂହ କୁଟୁମଡୋଲା କୁସମେଲ ସେତୁ ଅଂଚଳ ପାଇଁ ବିକାଶର ସେତୁ ହେବ-ନରସିଂହ

ବଲାଙ୍ଗୀର,(ଦେବାଶିଷ ମିଶ୍ର) – ଲୋକଙ୍କ ବହୁ ଦିନର ଆଶା ଓ ଆକାକ୍ଷାଂ ଆଜି ପୁରଣ ହୋଇଛି । ବହୁ ଦିନରୁ ଲୋକେ ଦାବି କରିଥିଲେ ସୁକତେଲ ଉପରେ କୁଟୁମଡୋଲା ପଟୁ କୁସମେଲ ଆଡକୁ ଏକ ସେତୁ ହେଉ । ଯଦିଓ ଗୋଟିଏ ନଦୀରେ ୧୦ କିମି ଭିତରେ ଦ୍ୱିତୀୟ ସେତୁ ହେବାର ବ୍ୟବସ୍ଥା ନାହିଁ କିନ୍ତୁ ଉପକୂଳବର୍ତ୍ତି ଅଂଚଳରେ ଏପରି ଅନେକ ନଦୀ ଅଛି ଯେଉଁଠାରେ କି ୫କିମି ଭିତରେ ମଧ୍ୟ ଅନେକ ସେତୁ ନିର୍ମାଣ ହେଉଛି ତେଣୁ ଲୋକଙ୍କ ଦାବି ମୁତାବକ ଏହି ସେତୁ ପାଇଁ ଆମେ ସମସ୍ତେ ମିଶି ଚେଷ୍ଟା କରିଥିଲେ ଏବଂ ଆଜି ତାହା ସଫଳ ହୋଇଛି । ତେଣୁ ଏହି ସେତୁ ସମଗ୍ର ଅଂଚଳ ପାଇଁ ବିକାଶର ସେତୁ ସାବ୍ୟସ୍ଥ ହେବ ବୋଲି ଆଜି ସୁକତେଲ ନଦୀ ଉପରେ କୁଟୁମଡୋଲା-କୁସମେଲ ସେତୁ ର ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଜନସାଧାରଣଙ୍କୁ ବଲାଙ୍ଗିର ବିଧାୟକ ମାନ୍ୟବର ନରସିଂହ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଲୋକଙ୍କ ହିତ ପାଇଁ ଦରକାର ପଡିଲେ ଆଇନରେ ସଂଶୋଧନ ଅଣାଯାଇ ପାରେ ।

ଆଜି ଅତିତରେ ଏହି ବ୍ଲକର କୁଟୁମଡୋଲା ଠାରେ ଦ୍ୱିତୀୟ କଲେଜର ନିର୍ମାଣ ମଧ୍ୟ କରାଯାଇଥିଲା ଯାହାକି ସେହି ସମୟରେ ସମ୍ପୁର୍ଣ୍ଣ ଅସମ୍ଭବ ଥିଲା କିନ୍ତୁ ଜନତାଙ୍କ ଦାବି ଏବଂ ଆମର କଠିନ ପରିଶ୍ରମ ଆମକୁ ସେତେବେଳେ କଲେଜ ପାଇଁ ଏବଂ ଆଜି ସେତୁ ପାଇଁ ସଫଳତା ଆଣିଦେଇଛି । ଆହୁରି ମଧ୍ୟ କୁଟୁମଡୋଳା ଅଂଚଳରେ ଗାଁକୁ ପିଇବା ପାଣି, ଖେଳ ପଡିଆ, ହାଇସ୍କୁଲ ବିଲଡିଂ ଏ ସବୁଥିର ବନ୍ଦୋବସ୍ତ କରାସାରିଛି । ଆଗାମୀ ଦିନରେ ଅଂଚଳରେ ଯେମିତି କୌଣସି ଗରିବ ବିକଳାଂଗ, ବୃଦ୍ଧ, ବୁଦ୍ଧା କୌଣସି ଭତ୍ତାରୁ ବଂଚିତ ନ ରହିବେ । ଗରିବ ଲୋକେ ବାସଗୃହ ଏବଂ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ନ ହେବେ ତାହାର ସୁନିଶ୍ଚିତ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ ଆଜି ଦିନ ଘ.୧୧.୩୦ମି. ସମୟରେ ବିଧାୟକ ଶ୍ରୀ ମିଶ୍ରଙ୍କୁ କୁଟୁମଡୋଲା ତଥା ଆଖପାଖ ଅଂଚଳର ବହୁ ଲୋକ ଏକ ଶୋଭାଯାତ୍ରାରେ ସେତୁ ନିକଟକୁ ବାଜା ରୋଶଣିରେ ପାଛୋଟି ନେଇଥିଲେ । ସେଠାରେ ଉପସ୍ଥିତ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ସହକାରୀ ଯନ୍ତ୍ରୀ ବିରେନ୍ଦ୍ର କୁମାର ତ୍ରିପାଠି, କନିଷ୍ଠ ଯନ୍ତ୍ରୀ ସୀମାଦ୍ରୀ ଦୋରା, ନିର୍ମାଣକାରୀ ସଂସ୍ଥାର ମୁଖ୍ୟ ସଂଜୟ ଅଗ୍ରୱାଲ ଏବଂ ଆଲୋକ ବେଦବାକ ବିଧାୟକ ଶ୍ରୀ ମିଶ୍ରଙ୍କୁ ପାଛୋଟି ନେଇଥିଲେ । ସେଠାରେ ଶ୍ରୀ ମିଶ୍ରଙ୍କ କର କମଳରେ ଉଦ୍‌ଘାଟନି ଫଳକର ଉନ୍ମୋଚନ ହେବା ସହ ନାଲି ଫିତା କାଟି ବହୁ ପ୍ରତିକ୍ଷିତ ସେତୁର ଲୋକାର୍ପଣ କରିଥିଲେ ବିଧାୟକ ଶ୍ରୀ ମିଶ୍ର । ଏହି ପରିପ୍ରେକ୍ଷିରେ ହୋଇଥିବା ସଭାରେ ଲୋକଙ୍କ ବହୁ ଦିନର ଆଶା ଆକାକ୍ଷାଂ ପୁରଣ ହୋଇଥିବାରୁ କୁଟୁମଡୋଲା ତଥା ଆଖପାଖ ଅଂଚଳର ଲୋକମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ସମ୍ବର୍ଦ୍ଧନା ପ୍ରତିଉତ୍ତରରେ ଶ୍ରୀ ମିଶ୍ର ଆଗାମୀ ଦିନରେ ଏ ଅଂଚଳର ସ୍ୱାସ୍ଥ୍ୟ ସେବାରେ ଯେମିତି ଉନ୍ନତି ହୋଇପାରିବ ସେ ଦିଗରେ ଦୃଢ ପଦକ୍ଷେପ ନେବେ ଦୃଢ ପ୍ରତିଶୃତି ଦେଇଥିଲେ । ଉନ୍ମୋଚନ ପରବର୍ତ୍ତି ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ସଭାପତିତ୍ୱ କରିଥିବା ବେଳେ ମଂଚାସିନ ଥିବା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ସଂରପଞ୍ଚ ସରୋଜିନି ବୁଡେକ, ସମିତି ସଭ୍ୟ ଲଳିତା ଦୀପ, ବିକାଶ ରଥ, ଅଶୋକ ନନ୍ଦ, ଅଂଚଳର ବରିଷ୍ଠ ବୁଦ୍ଧିଜିବୀ ଭରତ ଚନ୍ଦ୍ର ଭୋଇ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ । ୧୧କୋଟି ୧୩ଲକ୍ଷ ଅଟକଳର ଏହି ସେତୁ ଟି । ସେତୁର ଲମ୍ବ ୦.୭୮୦ କି.ମି. ଏବଂ ଓସାର ୭.୫ମିଟର । ଏହି ସେତୁ ଦ୍ୱାରା ଏ ଅଂଚଳର ୧୨ରୁ ଉର୍ଦ୍ଧ୍ୱ ଗ୍ରାମର ୧୫ହଜାର ଲୋକ ଗମନାଗମନ, ବ୍ୟବସାୟ ତଥା ଶିକ୍ଷା ଦିଗରେ ଉନ୍ନତି ହେବାର ଆକଳନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking