34.1 C
Bhubaneswar
Friday, March 29, 2024
Homeକରୋନାବ୍ରିଟେନରେ ଆଉ ପିନ୍ଧିବାକୁ ପଡ଼ିବ ନାହିଁ ମାସ୍କ

ବ୍ରିଟେନରେ ଆଉ ପିନ୍ଧିବାକୁ ପଡ଼ିବ ନାହିଁ ମାସ୍କ

ବ୍ରିଟେନ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ୟୁକେରେ କୋଭିଡ-୧୯କୁ ନେଇ ଲଗାଯାଇଥିବା ଅଧିକାଂଶ ପ୍ରତିବନ୍ଧକ ଆସନ୍ତା ସପ୍ତାହରେ ହଟାଇ ନିଆଯିବ । ସେ କହିଥିଲେ, ୨୪ ଜାନୁଆରୀ ଠାରୁ କୋଭିଡ ଆଇସୋଲେଶନର ଅବଧି କମାଇ କେବଳ ପାଞ୍ଚ ଦିନ ରଖାଯିବ । ଯଦିଓ ସେ ଏହା ମଧ୍ୟ କହିଛନ୍ତି ଯେ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ହାଲୁକା ନୁହେଁ । ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି, ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ । ବୋରିସ୍ ଜନସନ କୋଭିଡ୍ ପ୍ରତିବନ୍ଧକକୁ ନେଇ ଲାଗୁ ହୋଇଥିବା ବି ପ୍ଲାନ୍‌କୁ ହଟାଇ ପ୍ଲାନ୍ ଏ କୁ ଫେରିବାକୁ ମଧ୍ୟ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ରିଟିଶ ସଂସଦକୁ ଏହା ମଧ୍ୟ କହିଛନ୍ତି କି, ଘରୁ କାମ କରିବା ସମୟରେ ଲୋକମାନଙ୍କୁ ଆଉ ବନ୍ଦ ସ୍ଥାନରେ ମାସ୍କ ପିନ୍ଧିବାକୁ ପଡିବ ନାହିଁ । ଏଥି ସହିତ ସର୍ବସାଧାରଣ ସ୍ଥାନ ଯେପରି ନାଇଟ୍ କ୍ଲବ, ଦୋକାନ କିମ୍ବା ସାର୍ବଜନିକ ପରିବହନର ଉପଯୋଗ ସମୟରେ ବି ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡିବ ନାହିଁ । ସେ କହିଛନ୍ତି ଯେ ଗୁରୁବାର ଠାରୁ ବ୍ରିଟେନର ସ୍କୁଲଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ନାହିଁ । ଜନସନ କହିଛନ୍ତି, ଏହି ପଦକ୍ଷେପ ଦେଶରେ ଏକ ସଫଳ ମାସ୍ ବୁଷ୍ଟର ଜ୍ୟାବ କାର୍ଯ୍ୟକ୍ରମ ପରେ ନିଆଯାଉଛି । ପୂରା ୟୁରୋପରେ ଅନେକ ଦେଶ ଶୀତଦିନିଆ ଲକଡାଉନକୁ ସମାପ୍ତ କରି ଦେଇଛନ୍ତି । ଆମ ବୈଜ୍ଞାନିକମାନଙ୍କ କହିବା ହେଲା, ଓମିକ୍ରନ୍ ଲହର ଏବେ ରାଷ୍ଟ୍ରୀୟ ସ୍ତରରେ ପିକ୍‌ରେ ଅଛି । କୋଭିଡ ପାଇଁ ଲାଗୁ ହୋଇଥିବା ‘ବି ପ୍ଲାନ’ରେ ଲୋକମାନେ ଯେପରି ସହଯୋଗ କରିଥିଲେ, ସେହି କାରଣରୁ ଆମେ ପ୍ଲାନ୍ ଏ କୁ ଫେରୁଛୁ । ବୋରିସ୍ ଜନସନ ଏହି ସମୟରେ ‘ପାର୍ଟିଗେଟ୍‌’ ମାମଲାକୁ ନେଇ ରାଜନୈତିକ ସଙ୍କଟର ସାମ୍ନା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ଆୟୋଜିତ ମଦ ପାର୍ଟିକୁ ନେଇ ସେ ବ୍ରିଟିଶ ଲୋକଙ୍କ ସହ ସାଂସଦମାନଙ୍କ ଚାପର ବଶବର୍ତ୍ତୀ ହୋଇଛନ୍ତି । ଏହି ପାର୍ଟି ପ୍ରଧାନମନ୍ତ୍ରୀଙ୍କ ବାସଭବନ ବଗିଚାରେ ସେତେବେଳେ ଆୟୋଜିତ ହୋଇଥିଲା, ଯେତେବେଳେ ସମଗ୍ର ଦେଶରେ ଲକ୍‌ଡାଉନ ଯୋଗୁ ସବୁ କିଛି ବନ୍ଦ ରହିଥିଲା । ଏହି ପାର୍ଟିରେ ପାଖାପାଖି ୧୦୦ ଲୋକ ଉପସ୍ଥିତ ଥିଲେ । ଯଦିଓ ବୋରିସ୍ ଜନସନ ସଂସଦରେ କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ପଦ ଛାଡ଼ିବାକୁ ମନା କରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking