43 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ନେବା ପାଇଁ କାବୁଲ ପହଂଚିଲେ ବ୍ରିଟିଶ ସୈନିକ

ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ନେବା ପାଇଁ କାବୁଲ ପହଂଚିଲେ ବ୍ରିଟିଶ ସୈନିକ

ଲଣ୍ଡନ: ବ୍ରିଟେନ ରକ୍ଷା ମନ୍ତ୍ରାଳୟ କହିଛି ଯେ, ବ୍ରିଟିଶ ସୈନିକ ଦେଶର ଲୋକଙ୍କୁ କାବୁଲରୁ ବାହାରକରି ସ୍ୱଦେଶ ନେବା ପାଇଁ ସେଠାରେ ପହଂଚିସାରିଛି । ପ୍ରଧାନମନ୍ତ୍ରୀ ବୋରିସ ଜନସନ ରବିବାର ମନ୍ତ୍ରୀମଣ୍ଡଳର ଆପାତ ସମିତି ବୈଠକ କରିଥିଲେ । ଏହାପରେ ଜନସନ କହିଥିଲେ ଯେ, ବ୍ରିଟିଶ ନାଗରିକ ଓ ଗତ ୨୦ ବର୍ଷ ଧରି ଆଫଗାନିସ୍ତାନରେ ବ୍ରିଟିଶ ସୈନିକଙ୍କ ସାହାଯ୍ୟ କରୁଥିବା ଆଫଗାନିଙ୍କୁ ଖୁବଶୀଘ୍ର ବାହାରକୁ ବାହାର କରିବା ପ୍ରାଥମିକତା ।
ସେ କହିଛନ୍ତି ଦିନରାତି କାମ କରୁଥିବା ରାଜଦୂତ ଆବେଦନ ପ୍ରକ୍ରିୟାରେ ସାହାଯ୍ୟ ପାଇଁ ଉଡାଣ ସ୍ଥଳରେ ନିୟୋଜିତ ଅଛନ୍ତି । ଆଫଗାନିସ୍ତାନର ସ୍ଥିତିକୁ ଦେଖିବା ପରେ ରବିବାର ରାତିରେ ବୋରିସ ଜନସନ ବୈଠକ ଡକାଇଥିଲେ । ଏବେ କୁହାଯାଉଛି, ବୁଧବାର ଗୋଟିଏ ଦିନ ପାଇଁ ସଂସଦର ବୈଠକ ହେବ । ଯେଉଁଥିରେ ଆଫଗାନିସ୍ତାନରେ ବିପଦ ନେଇ ସରକାରଙ୍କ କଣ ପ୍ରତିକ୍ରିୟା ତା ଉପରେ ଚର୍ଚ୍ଚା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking