25.1 C
Bhubaneswar
Thursday, October 6, 2022
Homeଅପରାଧନବବଧୂଙ୍କ ଆତ୍ମହତ୍ୟା ଘଟଣା: ସ୍ୱାମୀ ଗିରଫ

ନବବଧୂଙ୍କ ଆତ୍ମହତ୍ୟା ଘଟଣା: ସ୍ୱାମୀ ଗିରଫ

ପାରଳାଖେମୁଣ୍ଡ: ଗତକାଲି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳ ତଥା ଗୋଷାଣୀ ବ୍ଲକ୍ ଯାଜପୁର ଗ୍ରାମରେ ଜଣେ ନବ ବିବାହିତ ମହିଳାଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କ ପରିବାର ବର୍ଗଙ୍କୁ ପାରଳା ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିଲେ । ଆଜି ମୃତ ମୀନା ବେହେରାଙ୍କ ସ୍ୱାମୀ ରଘୁନାଥ ବେହେରାଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ବୋମିକା ଗ୍ରାମର ବିବାହିତ ମହିଳା ମୀନା ବେହେରା(୨୨) ଗତ ପ୍ରାୟ ୬ମାସ ପୂର୍ବେ ଯାଜପୁର ଗ୍ରାମର ରଘୁନାଥ ବେହେରାଙ୍କୁ ବିବାହ କରିଥିଲେ । ତେବେ ଗତକାଲି ରବିବାର ମଧ୍ୟାହ୍ନ ସମୟରେ ଘଟଣାର ଖବର ପାଇ ଅର୍ଦ୍ଧଦଗ୍ଧ ମୃତ ଦେହ ନିଜ ସ୍ୱାମୀଙ୍କ ବାସଭବନରୁ ଉଦ୍ଧାର କରିଥିଲା ପାରଳା ପୁଲିସ । ଘଟଣାକୁ ନେଇ ବର୍ତ୍ତମାନ ବି ସସ୍ପେନ୍ସ ଜାରି ରହିଥିବା ବେଳେ ପ୍ରାଥମିକ ତଦନ୍ତରେ ଯୌତୁକ ନିର୍ଯାତନା ଜନିତ ବୋଲି ସନ୍ଦେହ କରି ପୁଲିସ ତାଙ୍କ ସ୍ୱାମୀକୁ ଗିରଫ କରିଛି । ଘଟଣାସ୍ଥଳକୁ ଖୋଦ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ ପରିଦର୍ଶନ କରିଥିବା ବେଳେ ପାରଳା ଏସଡିପିଓ ରାମକୃଷ୍ଣ ପତି ପହଞ୍ଚି ସବିଶେଷ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଦଳୀୟ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଆସନ୍ତା କାଲି ସକାଳୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବବ୍ୟବଚ୍ଛେଦ ହେବ ଏବଂ ସମସ୍ତ ତଥ୍ୟ ତଦନ୍ତ ଓ ଶବବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପରେ ହିଁ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking