31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଜେସିବିରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଲା ବର, କ’ଣ ଥିଲା କାରଣ ଜାଣନ୍ତୁ....

ଜେସିବିରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଲା ବର, କ’ଣ ଥିଲା କାରଣ ଜାଣନ୍ତୁ….

ନୂଆଦିଲ୍ଲୀ : ସ୍ନୋଫଲ୍ କିଏ ଦେଖିବାକୁ ଚାହେଁ ତ କାହା ପାଇଁ କାଳ ପାଳିଟିଯାଏ । ତୁଷାରପାତ ଯୋଗୁଁ ପାହାଡ଼ିଆ ଅଞ୍ଚଳର ଲୋକଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡ଼ିଥାଏ । ଦୈନନ୍ଦିନ କାମ ଠାରୁ ଆରମ୍ଭ କରି ଯିବା ଆସିବା, ବିବାହ , ଶୋଭାଯାତ୍ରା ଆଦିରେ ବିଭିନ୍ନ ପ୍ରକାର ଅସୁବିଧା ଉପୁଜିଥାଏ । ତେବେ ବିବାହ ଋତୁରେ ହିମାଚଳ ପ୍ରଦେଶର ଜଣ ଯୁବକ ପ୍ରବଳ ତୁଷାରପାତ ଭିତରେ ଯୁଗାଡ଼ ଲଗାଇ ବିବାହ କରିଛନ୍ତି । ପ୍ରବଳ ତୁଷାରପାତ ଭିତରେ ବର ଓ ବରଯାତ୍ରୀଙ୍କୁ ଠିକ ସମୟରେ କନ୍ୟା ଘରେ ପହଞ୍ଚିବାର ଥିଲା । ହେଲେ ଚାରିଆଡ଼େ ବିଛାଇ ହୋଇ ପଡ଼ିଥିଲା ବରଫର ଧଳା ଚାଦର । ଏଥିପାଇଁ ବର ଏକ ଚମତ୍କାର ସମାଧାନ ଖୋଜି ବାହାର କରିଥିଲେ । ରାସ୍ତାରେ ଗାଡ଼ି ଯିବା ଅସମ୍ଭବ ହେବାରୁ ଜେସିବି ନେଇ କନ୍ୟା ଘରେ ପହଞ୍ଚି ଯାଇଥିଲେ । ହିମାଚଳ ପ୍ରଦେଶର ସରମୋରରେ ଅଞ୍ଚଳରେ ଏହି ଘଟଣା ଘଟିଛି । ଜାଗବା ଗାଁରୁ ସୋଫେର ଗାଁକୁ ଯିବାର ଥିଲା ବିବାହ ଶୋଭାଯାତ୍ରା । କିନ୍ତୁ ତୁଷାରପାତ ହେତୁ ରାସ୍ତା ବନ୍ଦ ହୋଇଯାଇଥିଲା । ଜାଗବା ଗାଁରୁ ଠାରୁ ଆଠ କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତା ବନ୍ଦ ରହିଥିଲା । ପ୍ରଥମେ ବର ଘର ଲୋକ ଜେସିବିରେ ବରଫ ସଫା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯେତେବେଳେ ଏତେ ବରଫ ଜେସିବିରେ ସଫା କରିବା ସମ୍ଭବପର ହେଲାନାହିଁ, ଜେସିବିରେ ହିଁ କନ୍ୟା ଘରକୁ ଯାଇଥିଲେ ବରଯାତ୍ରୀ । କନ୍ୟା ଘରକୁ ଯିବା ପାଇଁ ଦୁଇଟି ଜେସିବି ମେସିନ୍ ଡକାଇବାକୁ ପଡ଼ିଲା ଏବଂ ଜେସିବରେ ହିଁ ବସି କନ୍ୟା ଘରେ ପହଞ୍ଚିଥିଲେ ବରଯାତ୍ରୀ । ଜେସିବିରେ ବସି ବର ବିଜୟ ପ୍ରକାଶ, ଭାଇ ସୁରେନ୍ଦ୍ର, ପିତା ଜଗତ୍ ସିଂ, ଭାଗଚାନ୍ଦ ଏବଂ ଫଟୋଗ୍ରାଫର ଯାଇ କନ୍ୟା ଘର ଗାଁରେ ପହଞ୍ଚିଥିଲେ । ଜେସିବିରେ ବରଯାତ୍ରୀଙ୍କୁ ୩୦ କିଲୋମିଟର ଯିବାକୁ ପଡ଼ିଥିଲା । ତେବେ ରୀତିନୀତି ଅନୁସାରେ ବିବାହ ହେବା ପରେ ଜେସିବିରେ ହିଁ ଫେରିଥିଲେ ବରକନ୍ୟା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking