35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶବରଯାତ୍ରୀଙ୍କ ସହ ନାଚିବା ବରକୁ ପଡିଲା ମହଙ୍ଗା, କନ୍ୟା ସାଜିଲା ଆଉ ଜଣଙ୍କ ସ୍ତ୍ରୀ

ବରଯାତ୍ରୀଙ୍କ ସହ ନାଚିବା ବରକୁ ପଡିଲା ମହଙ୍ଗା, କନ୍ୟା ସାଜିଲା ଆଉ ଜଣଙ୍କ ସ୍ତ୍ରୀ

ଲେକ୍ଷ୍ନୌ : ଏବେ ଯାଏଁ ଆପଣ କେବଳ ବରପକ୍ଷର ପରିବାର ଲୋକଙ୍କ ଦ୍ୱାରା ବରଯାତ୍ରୀଙ୍କୁ ଫେରାଇ ଦେବା ନେଇ ଖବର ଶୁଣିଥିବେ କିମ୍ବା ଜାଣିଥିବେ । କିନ୍ତୁ ଏବେ କନ୍ୟା ପକ୍ଷ ମଧ୍ୟ ବରଯାତ୍ରୀଙ୍କୁ ଫେରାଇ ଦେଉଥିବା ନେଇ ଏକ ଅଜବ ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ହମିରପୁର ଅଞ୍ଚଳରେ ଏମିତି ଏକ ଘଟଣା ଘଟିଥିବା ନେଇ ଜଣାଯାଇଛି । ମଦୁଆ ବର ଓ ନିଜ ସାଙ୍ଗମାନଙ୍କ ସହିତ ନାଚଗୀତରେ ବ୍ୟତିବ୍ୟସ୍ତ ହୋଇ ଝିଅ ଘର ଲୋକେ ବରଯାତ୍ରୀଙ୍କୁ ଫେରାଇ ଦେଇଥିଲେ । ଆଉ ଝିଅର ବିବାହ ଅନ୍ୟ ଏକ ବର ସହିତ କରିଦେଇଥିଲେ । ଏଇ କିଛି ଦିନ ତଳେ ରାଜସ୍ଥାନରେ ବି ଏମିତି ଏକ ସମାନ ଘଟଣା ଘଟିଥିବା ନେଇ ଖବର ସାମ୍ନାକୁ ଆସିଥିଲା ।

ରାଜସ୍ଥାନର ଚୁରୁ ଜିଲ୍ଲାରେ ଏମିତି ହିଁ ଏକ ନାଟକୀୟ ଘଟଣା ଘଟିଥିବା ଜଣାଯାଇଛି । ଏହି ଅଞ୍ଚଳରେ ଜଣେ ବରକୁ ନିଜର ହିଁ ବିବାହରେ ମାତ୍ରାଧିକ ନାଚଗୀତ କରିବା ଯେମିତି ଭାରି ପଡିଛି । ବରଯାତ୍ରୀରେ ଆସିଥିବା ଲୋକଙ୍କ ସହିତ ଭାବି ବରର ନାଚକୁ ଦେଖି ଯେମିତି କନ୍ୟା ଜଣଙ୍କର କ୍ରୋଧ ନାକ ଅଗରେ ପହଞ୍ଚି ଯାଇଥିଲା । ରାଗରେ ଏମିତି ଜଳିଯାଇଥିଲେଯେ ପୁରା ବରଯାତ୍ରୀଙ୍କୁ ଫେରେଇ ଦେଇଥିଲେ । ଅର୍ଥାତ ବାହାହେବାକୁ ସଫା ସଫା ମନା କରିଦେଇଥିଲେ । ଆଉ ସବୁଠୁ ବଡ କଥା ହେଉଛି କନ୍ୟା ଜଣଙ୍କର ଏହି ନିଷ୍ପତ୍ତିକୁ ତାଙ୍କ ଘର ଲୋକେ ମଧ୍ୟ ଫୁଲ ସମର୍ଥନ କରିଛନ୍ତି । କନ୍ୟା ପକ୍ଷ ପୋଲିସ ନିକଟରେ ଏକ ଏଫଆଇଆର ବି ଦରଜ କରିଛନ୍ତି ।

ଘଟଣାଟି ପ୍ରକୃତରେ ରାଜସ୍ଥାନ ଚୁରୁ ଜିଲ୍ଲା ଅନ୍ତର୍ଗତ ରାଜାଗଡ଼ ତହସିଲର ଛେଲନାର ନିକଟବର୍ତ୍ତୀ ଅଞ୍ଚଳରେ ଘଟିଛି । ହରିୟାଣାର ଭିବାଣୀ ଜିଲ୍ଲାର ଶିବାନୀ ଠାରେ ୱାର୍ଡ ନମ୍ବର ୧୦ରେ ବସବାସ କରୁଥିବା ଅନିଲ ପୁତ୍ର ମହାବୀର ଜାଟ ବରଯାତ୍ରୀକୁ ନେଇ ଛୁରୀ ସ୍ଥିତ ରାଜାଗଡ଼କୁ ଯାଇଥିଲେ । ସୂଚନା ମୁତାବକ ଘରୁ ପ୍ରାୟ ୯ଟା ସମୟରେ ବରଯାତ୍ରୀ ବାହାରିଥିବା ବେଳେ କନ୍ୟା ଘରେ ପହଁଚିଲା ବେଳକୁ ପାଖାପାଖି ୨ଟା ବାଜିଯାଇଥିଲା । ନିଜର ଏହି ହରକତକୁ ନେଇ ଏବେ ବର ତଥା ତାଙ୍କ ଘର ଲୋକଙ୍କୁ ଲୋକହସାର ସାମ୍ନା ହେବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking