34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିବାହ ମଣ୍ଡପରୁ ଉଠାଇ ନେଲା ପୋଲିସ, ଜେଲ୍‌ରେ କଟିଲା ଦମ୍ପତିଙ୍କ ଚଉଠି

ବିବାହ ମଣ୍ଡପରୁ ଉଠାଇ ନେଲା ପୋଲିସ, ଜେଲ୍‌ରେ କଟିଲା ଦମ୍ପତିଙ୍କ ଚଉଠି

ନୂଆଦିଲ୍ଲୀ: ଏକ ଦମ୍ପତିଙ୍କ ବିବାହ ଦିନରେ କିଛି ଏପରି ଘଟିଲା ଯାହା ଫଳରେ ବର-କନ୍ୟାଙ୍କୁ ଚଉଠି ଜେଲ୍‌ରେ କାଟିବାକୁ ପଡ଼ିଲା । ଜେଲ୍‌ରେ ସେମାନଙ୍କ ସହ ବରର ଜଣେ ବନ୍ଧୁ ମଧ୍ୟ ଥିଲେ । ଜାଣିବାକୁ ମିଳିଛି ବିବାହ ଦିନରେ କନ୍ୟା ଜଣକ ନିଜ ମାଆ ଉପରେ ଆକ୍ରମଣ କରିବାରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଆକ୍ରମଣରେ ତାଙ୍କୁ ସମର୍ଥନ ଦେଇଥିଲେ ବର ଓ ତାଙ୍କର କିଛି ବନ୍ଧୁ । ଅବଶ୍ୟ ସ୍କଟ୍‌ଲାଣ୍ଡ୍‌ର ଏହି ଘଟଣାଟି ୨୦୧୯ ମସିହାର । ମାତ୍ର ଏବେ ଅଦାଲତ ତାହାର ବିଚାର କରି ଉଭୟ ବର-କନ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

୨୬ ବର୍ଷୀୟା କ୍ଲେୟର୍ ଗୁଡ୍‌ବ୍ରାଣ୍ଡ୍ ଓ ୩୩ ବର୍ଷୀୟ ଏମରୋନ୍ ଗୁଡ୍‌ବ୍ରାଣ୍ଡ୍ ୨୦୧୯ ମସିହା ବିବାହ କରିବା ସମୟରେ କ୍ଲେୟରଙ୍କର ତାଙ୍କ ମାଆଙ୍କ ସହ କିଛି କଥାକୁ ନେଇ ବଚସା ହୋଇଥିଲା । ଛୋଟ କଥାରୁ ହାତ ଉଠାଉଠି ପର୍ଯ୍ୟନ୍ତ କଥା ବଢ଼ିଥିଲା । ଏପରିକି କ୍ଲେୟର୍ ତାଙ୍କ ମାଆଙ୍କୁ ଜୋତାରେ ବି ପିଟିଥିବା ଅଭିଯୋଗ ହୋଇଥିଲା । କ୍ଲେୟରଙ୍କର ଏପରି କାର୍ଯ୍ୟରେ ଏମରୋନ ତାଙ୍କୁ ସମର୍ଥନ ଦେବା ସହ ଏମରୋନ୍‌ଙ୍କର କିଛି ବନ୍ଧୁ ବି କ୍ଲେୟର୍‌ଙ୍କ ମାଆଙ୍କ ଉପରେ ଆକ୍ରମଣ କରିଥିଲେ । ୪୭ ବର୍ଷୀୟା ପୀଡ଼ିତା ମହିଳା ଲିଣ୍ଡ୍‌ସେ ଏ ନେଇ ଥାନାରେ ଏତଲା ଦେଇଥିଲେ । କେବଳ ଲିଣ୍ଡ୍‌ସେ ନୁହଁନ୍ତି ବିବାହକୁ ଆସିଥିବା କିଛି ଅତିଥି ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥିଲେ । ଘଟଣାର ଖବର ପାଇ ପୁଲିସ୍ ଆସି ବିବାହ ମଣ୍ଡପରୁ ବର-କନ୍ୟାଙ୍କୁ ଉଠାଇ ନେଇଥିଲା । ଫଳରେ ସେମାନଙ୍କ ସୁହାଗରାତିରେ ସେମାନଙ୍କୁ ଜେଲ୍‌ର ଚାରି କାନ୍ଥ ଭିତରେ ରହୀବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking