38.8 C
Bhubaneswar
Friday, April 19, 2024
Homeଓଡିଶାତେଲକୋଇ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଅବ୍ୟବସ୍ଥା; ଟଙ୍କା ଉଠାଇବା ପାଇଁ ରାତିରେ ବ୍ୟାଙ୍କ ଜଗୁଛନ୍ତି...

ତେଲକୋଇ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଅବ୍ୟବସ୍ଥା; ଟଙ୍କା ଉଠାଇବା ପାଇଁ ରାତିରେ ବ୍ୟାଙ୍କ ଜଗୁଛନ୍ତି ଗ୍ରାହକ

ତେଲକୋଇ: ତେଲକୋଇ ବ୍ୟାଙ୍କ ଅଫ ଇଣ୍ଡିଆ ରେ ବ୍ୟାପକ ଅବ୍ୟବସ୍ଥା ଟଙ୍କା ଉଠାଇବା ପାଇଁ ରାତିରେ ବ୍ୟାଙ୍କ ଜଗୁଛନ୍ତି ଗ୍ରାହକ। ବ୍ୟାଙ୍କରୁ ଟଙ୍କା ଉଠାଇବା ହେଉ କି ଟଙ୍କା ଡିପୋଜିଟ କରିବାପାଇଁ ହେଉ ଏଥିପାଇଁ ଗ୍ରାହକଙ୍କୁ ଦିନରାତି ଏକ କରି ଲାଇନ ଲଗାଇବାକୁ ପଡୁଛି । ସକାଳୁ ବ୍ୟାଙ୍କ ସାମନାରେ ଲାଇନ ଲଗାଇବା ପାଇଁ ଲୋକେ ଆଗଦିନ ରାତିରେ ବ୍ୟାଙ୍କ ଏଟିଏମ ଓ ଆଖପାଖ ଦୋକାନ ବାରଣ୍ଡାରେ ବର୍ଷା ରାତିରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ତଥାପି ଗ୍ରାହକ ମାନଙ୍କୁ ନିଜର କଷ୍ଟ ଅର୍ଜିତ ଟଙ୍କା ମିଳିପାରୁ ନାହିଁ ।ବ୍ୟାଙ୍କ ପାଖରେ ଥିବା ଏଟିଏମ ମଧ୍ୟ ଅଚଳ ରହୁଛି । ଫଳରେ ଏଟିଏମ ବ୍ୟବହାର କରୁଥିବା ଲୋକେ ସୁବିଧାରେ ଟଙ୍କା ଉଠାଣ କରିପାରୁ ନାହାନ୍ତି ।ଇଏ ହେଉଛି ସରକାର ଙ୍କ ଡିଜିଟାଲ ଇଣ୍ଡିଆ ର କରୁଣ ଚିତ୍ର ।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ । ତେଲକୋଇ ବଜାରରେ ଏକମାତ୍ର ବ୍ୟାଙ୍କ ଶାଖାରହିଛି ।ଯାହାକୁ ଭରସା କରି ଦ୍ବର ଦ୍ବରାନ୍ତରୁ ଶହ ଶହ ଗ୍ରାହକ ଟଙ୍କା ଦେଣନେଣ ପାଇଁ ଆସିଥାନ୍ତି । ତେବେ ବ୍ୟାଙ୍କରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।ଏଥିପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ତେଲକୋଇ ପ୍ରଶାସନିକ ଅଧିକାରୀ କୈଣସି ପଦକ୍ଷେପ ଗ୍ରହଣ କରୁନଥିବା ଜଣାପଡିଛି ।ବ୍ୟାଙ୍କରେ ଅଧିକ କ୍ୟାସ କାଉଁଟର ସହିତ ଡିପୋଜିଟ କାଉଁଟର ରହିବାର ଆବଶ୍ୟକତା ଥିବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ । ଯେଉଁ ଗ୍ରାହକ ଙ୍କ ପାଇଁ ବ୍ୟାଙ୍କ ଚାଲୁଛି ସେମାନଙ୍କୁ ସେବା ଦେବା ପରବର୍ତ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ଦୃଶ୍ୟ ଲୋକ ଲୋଚନକୁ ଆସୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking