27.1 C
Bhubaneswar
Friday, March 29, 2024
Homeଓଡିଶା"ନବୀନ'ର ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

“ନବୀନ’ର ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଅ।ନୁକୂଲ୍ୟରେ ଏପ୍ରିଲ ୧୪ ତାରିଖରେ ଅନୁଷ୍ଠିତ ତ୍ରୟେ।ବିଂଶତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ।ଇଯାଇଛି । ବୈଠକରେ ଉପଦେଷ୍ଟା ଡ଼. ଡ଼ମ୍ବରୁଧର ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଉପସଭାପତି ରାମକୃଷ୍ଣ ପାତ୍ର ଓ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ସୁଶାନ୍ତ କର, ସଂଗଠନ ସମ୍ପାଦକ ବି. ସତ୍ୟମ ଅ।ଚାରୀ, କେ।ଷାଧ୍ୟକ୍ଷା ମଞ୍ଜୁ ରଥ ପ୍ରମୁଖ ଉପସ୍ଥିତ ରହି ଅ।ଲେ।ଚନାରେ ଅଂଶଗ୍ରହଣ କରି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମାବେଶକୁ ସଫଳ କରିବା ପାଇଁ ଅ।ହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମାଜସେବୀ କରମ୍ଭା-କମାଣ୍ଡେ।ର ସଭାପତି ରାମକୃଷ୍ଣ ପାତ୍ରଙ୍କୁ ସ୍ୱାଗତ ସମିତିର ଅଧ୍ୟକ୍ଷ ଭାବେ ମନେ।ନୀତ କରାଗଲା । ଉତ୍ସବରେ ୫ ଜଣ ପ୍ରତିଭାଧର ସାହିତ୍ୟିକଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ହେ।ଇଥିଲା । ଚଳିତ ବର୍ଷ ଠାରୁ ସାହିତ୍ୟିକ ଓ ଅନୁଷ୍ଠାନର ପୂର୍ବତନ ସମ୍ପାଦକ ସ୍ୱର୍ଗତ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବେ।ଲି ପତ୍ନୀ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ଘେ।ଷଣା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ରାଜେନ୍ଦ୍ର ପ୍ରସାଦ ମହାରଣା, ବନେ ।ଜ କୁମାର ପାଣିଗ୍ରାହୀ ପ୍ରମୁଖ ଯେ ।ଗଦେଇ ଅ।ଲେ।ଚନାରେ ଭାଗ ନେଇଥିଲେ । ଉତ୍ସବରେ ସ୍ଥାନୀୟ ସାଂସଦ, ବିଧାୟକ ଓ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ସ୍ଥିରୀକୃତ ହେ।ଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking