31.1 C
Bhubaneswar
Friday, March 29, 2024
Homeଓଡିଶାଟିମ କ୍ଲିନ ସିଟି ଦ୍ୱାରା 79ତମ ନିରାଶ୍ରିତ ଉଦ୍ଧାର

ଟିମ କ୍ଲିନ ସିଟି ଦ୍ୱାରା 79ତମ ନିରାଶ୍ରିତ ଉଦ୍ଧାର

ବ୍ରହ୍ମପୁର: ଭାବବିହ୍ଵଳ ପରିବେଶ ମଧ୍ୟରେ ଜାରି ରହିଛି ଟିମ କ୍ଲିନ ସିଟିର ସାପ୍ତାହିକ ସେବା କାର୍ଯ୍ୟ। ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ଜାରି ରହିଛି ସାପ୍ତାହିକ ସେବା କାର୍ଯ୍ୟ। ଆଜି ଟିମ ସଦସ୍ୟଙ୍କ ପକ୍ଷରୁ ପୋଷ୍ଟର ଚିରା, ନିରାଶ୍ରିତଙ୍କୁ ଉଦ୍ଧାର ଓ ସହାୟତା ସହ ମହାପୁରୁଷଙ୍କ ପ୍ରତିମୂର୍ତି ସଫେଇ କାର୍ଯ୍ୟ ସମ୍ପାଦିତ ହୋଇଛି। ଟିମ ସଦସ୍ୟ ମାନେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ପୂର୍ବାହ୍ନ ସାଢେ଼ 6ଟା ସମୟରେ ମେଡିକାଲ ଛକରେ ଏକାଠି ହୋଇଥିଲେ। ସେଠାରୁ ବ୍ରହ୍ମପୁର କୋର୍ଟ ପରିସରକୁ ଯାଇ ସେଠାରେ ଥିବା ବାରିଷ୍ଟର ମଧୁସୂଦନ ଦାସଙ୍କ ପ୍ରତିମୂର୍ତିକୁ ସଫେଇ କରିବା ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ବର୍ଗତ ମହାପୁରୁଷଙ୍କ ସ୍ମୃତିଚାରଣ କରାଯାଇଥିଲା। ସେଠାରୁ ପ୍ରେମ ନଗର ଅଭିମୁଖେ ଯିବା ବାଟରେ ରାସ୍ତାକଡରୁ ଟିମ ସଦସ୍ୟଙ୍କ ଦ୍ୱାରା ପୋଷ୍ଟର ଚିରା ଯାଇଥିଲା। ଶେଷରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ପ୍ରେମ ନଗର ରାସ୍ତା କଡରେ ଦୀର୍ଘଦିନ ଧରି ଅବସ୍ଥାନ କରିଥିବା ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର ସହ ସହାୟତ ପ୍ରଦାନ କରାଯାଇଛି। ସ୍ଥାନୀୟ ସ୍ବେଚ୍ଛାସେବୀ ମନୋକ ମହାପାତ୍ରଙ୍କ ଠାରୁ ସୂଚନା ପାଇ ଟିମ ସଦସ୍ୟ ଆଜି ପ୍ରେମ ନଗର ଠାରେ ପହଞ୍ଚିଥିଲେ। ରାସ୍ତା କଡରେ ଜୀବନ ଅତିବାହିତ କରୁଥିବା ରାଜେଶ କୁମାରଙ୍କ ସହ ତାଙ୍କର ମାନସିକ ଓ ଅନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନାକରି ବୁଝିବାକୁ ଚେଷ୍ଟା କରିଥିଲେ। ପ୍ରାରମ୍ଭରେ ଯଦିଓ ରାଜେଶ ସହମତି ପ୍ରକାଶ କରିନଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଟିମ ସଦସ୍ୟଙ୍କୁ ସହଯୋଗ କରିଥିଲେ। ଟିମ ସଦସ୍ୟଙ୍କ ଦ୍ୱାରା ରାଜେଶଙ୍କୁ ସଫା କରି ତାଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ଖାଇବାକୁ ଦିଆଯାଇଥିଲା। ଟିମ ସଦସ୍ୟଙ୍କ ଭାବପୁର୍ଣ ସହାୟତାରେ ଭାବବିହ୍ଵଳ ହୋଇଯାଇଥିଲେ ରାଜେଶ। ନିଜର ଅତୀତ କଥା ମାନେପକାଇବା ସହ ତାଙ୍କୁ ସହାୟତା ଯୋଗାଇବାକୁ ଆଗକୁ ଆସିଥିବା ଟିମ କ୍ଲିନ ସିଟି ସଦସ୍ୟଙ୍କୁ ଅଶ୍ରୁପୁର୍ଣ ସାଧୁବାଦ ଜଣାଇଥିଲେ। ରାଜେଶଙ୍କୁ ଉଦ୍ଧାର ସହ ଏହା ଟିମର 79ତମ ନିରାଶ୍ରିତଙ୍କୁ ଉଦ୍ଧାର କାର୍ଯ୍ୟ। ଏଥିପୂର୍ବରୁ ଟିମ ପକ୍ଷରୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ଭଞ୍ଜନଗର ଓ ପୁରୁଷୋତ୍ତମପୁର ସମେତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ରାୟଗଡା ଜିଲ୍ଲାର ଗୁଣୁପୁର, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସମେତ ରାଜଧାନୀ ଭୁବନେଶ୍ୱରରେ ମୋଟ 78ଜଣ ନିରାଶ୍ରିତଙ୍କୁ ଉଦ୍ଧାର ଓ ସହାୟତା ଯୋଗାଇ ଦିଆଯାଇଛି। ଟିମ କ୍ଲିନ ସିଟିର ଏହି ପଦକ୍ଷେପ ସବୁ ମହଲରେ କେବଳ ପ୍ରଶଂସନୀୟ ହୋଇଛି ଏହା ନୁହଁ ବରଂ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି। ଟିମ କ୍ଲିନ ସିଟିର ଏଭଳି ପଦକ୍ଷେପ ପରେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ସଂଗଠନ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ସେମାନଙ୍କୁ ମଧ୍ୟ ଟିମ କ୍ଲିନ ସିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking