23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗବ୍ରାହ୍ମଣୀଦେବୀ ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର

ବ୍ରାହ୍ମଣୀଦେବୀ ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର

ଯାଜପୁର : ଭାରତୀୟ ଜନତା ପାର୍ଟି,କୋରେଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ରାହ୍ମଣୀଦେବୀ ମଣ୍ଡଳ ବା ଜୋନ୍ ୧ ର ପ୍ରଶିକ୍ଷଣ ଶିବିର ରଗଡ଼ିର ମା କାମୁଡ଼େଇ ପୀଠରେ ଅନୁଷ୍ଠିତ ହୋଇଛି । ମଣ୍ଡଳ ସଭାପତି ନୀଳମାଧବ ଚକ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଣ୍ଡଳର ସମସ୍ତ ପଦାଧିକାରୀ, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ ପ୍ରମୁଖ ଓ ସହପ୍ରମୁଖ ମାନଙ୍କୁ ଆଜି ପ୍ରଶିକ୍ଷଣ ଦିଆ ଯାଇଥିଲା ।

ଜିଲ୍ଲା ସଭାପତି ଗୌତମ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଜପାର ଇତିହାସ ଓ ବିକାଶ, ବିଚାର ପରିବାର, ଆମର ଦାୟିତ୍ବ, ଭାରତର ବୈଚାରିକ ମୁଖ୍ୟଧାରା ଓ ଆମର ବିଚାରଧାରା, ବ୍ୟକ୍ତିତ୍ଵ ବିକାଶ, ଶେଷ ୬ବର୍ଷରେ ମୋଦୀଙ୍କ ଜନହିତକର କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ ସୁରକ୍ଷା, ସାମର୍ଥ୍ୟ ସହିତ ଆତ୍ମନିର୍ଭରତା, ସୋସିଆଲ ମିଡ଼ିଆର ପ୍ରଭାବୀ ଉପଯୋଗ, କାର୍ଯ୍ୟପଦ୍ଦତ୍ତି ଓ ସଂଗଠନ ସରଞ୍ଚନାରେ ଆମର ଭୂମିକା, ରାଜ୍ୟର ରାଜନୈତିକ ପୃଷ୍ଠଭୂମି ଓ ଭାଜପାର ଭୂମିକା ଆଦି ଅନେକ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ କୋରେଇ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ଉପସ୍ଥିତ ରହି ତୃଣମୂଳ ସ୍ତରରେ ଦଳୀୟ ସଂଗଠନ ସୁଦୃଢ କରିବା ସହ ମୋଦୀଙ୍କ ଜନହିତକର କାର୍ଯ୍ୟକ୍ରମ କୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । କୋରେ଼ଇର ଯୁବନେତା ବିକ୍ରମ କେଶରୀ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ ।ପ୍ରଶିକ୍ଷକ ଭାବରେ ମହିଳା ମୋର୍ଚ୍ଚା ସଭାପତି ତଥା ତୁଳତି ସରପଞ୍ଚ ଦିପ୍ତିମୟୀ କୁଅଁର, ଜିଲ୍ଲା ଉପସଭାପତି ପ୍ରମୋଦ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ମଣ୍ଡଳ ଅନ୍ତର୍ଗତ ୧୦ଟି ପଞ୍ଚାୟତର ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ରାଉତ, ନଟବର ବଳ, ସୀତାକାନ୍ତ କୁଅଁର, ତୁଷାର ନାୟକ, ନରେଶ ହୋତା, ବାଙ୍କୁ ସାହୁ, ଗୟାଧର ପରିଡ଼ା, ପ୍ରହଲ୍ଲାଦ ସାହୁ, ଅର୍ଜୁନ ସାହୁ, ରାକେଶ ଜେନା, ବାବାଜୀ ରାଉତ, ଗୋପାଳ ସାହୁ, ପିଲୁ ସାହୁ, ବସନ୍ତ କର, ସୁଜିତ୍ ସ୍ୱାଇଁ(ମଣ୍ଟୁ), ଟୁଲୁ ସାହୁ, ସୋମନାଥ ବାରିକ, ସୁଭଞ୍ଜନ୍ ଦାସ, ଅମର ମଲ୍ଲିକ, ଦିଲ୍ଲୀପ ରାଉତ, ପ୍ରଦୀପ ନନ୍ଦ, ପଙ୍କଜ ମାଝୀ, ପ୍ରକାଶ ରାଉତ, ଅର୍ଜୁନ ପଲେଇ, ଭୀମସେନ ପଲେଇ, ରାଜେନ୍ଦ୍ର ବେହେରା, ରତ୍ନାକର ମଲିକ, ମାନସ ରାଉତ, ଚନ୍ଦ୍ରଶେଖର ସାହୁ, ଶ୍ରୀଧର ରାଉତ, ଅଭିମନ୍ୟୁ ମଲ୍ଲିକ, ରମେଶ ତ୍ରିପାଠୀ, ଚିତ୍ତରଞ୍ଜନ ସ୍ବାଇଁ, ରବୀନ୍ଦ୍ର ବେହେରା, ସୁରେଶ୍ ବେହେରା, ଚନ୍ଦନ ମଲିକ, ନାରାୟଣ ଚକ୍ର, ରବୀନ୍ଦ୍ର ଓଝା, ନାରାୟଣ ଚକ୍ର, ଲଲାଟେନ୍ଦୁ ନାୟକ, ପ୍ରଶାନ୍ତ ସାହୁ, ଅଜିତ୍ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking