ବ୍ରହ୍ମା କୁମାରିଜ ଇ-ଅଭିଯାନ …. ବିକାର ଉପରେ ବିଜୟ *

ଭୁବନେଶ୍ୱର : ନବରାତ୍ରୀର ପବିତ୍ର ଉତ୍ସବ ଅବସରରେ ବ୍ରହ୍ମାକୁମାରୀ, ଓଡିଶା ଆନୁକୂଲ୍ୟରେ ‘ବିକାର ଉପରେ ବିଜୟ’ ଶୀର୍ଷକ ଏକ 18 ଦିନିଆ ଇ-ଅଭିଯାନର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ 8 ଅକ୍ଟୋବର 2020 ରେ, ଗୁରୁବାର ଦିନ ଅପରାହ୍ନ 5.30 ଟା ସମୟରେ ଝାଡଖଣ୍ଡର ରାଜ୍ୟପାଳ ମହାମହିମ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କ ଶୁଭ ଉପସ୍ଥିତିରେ ଉଦ୍ଘାଟିତ ହେବ। ଏହି ସମୟ ମଧ୍ୟରେ ବୈଦିକ ଧର୍ମ ପ୍ରତିଷ୍ଠାନ (ପୂର୍ବିକ୍ଷେତ୍ର) ର ମୂଖ୍ୟ ସ୍ଵାମୀ ବ୍ରହ୍ମଚିତ୍ତ, ବ୍ରହ୍ମାକୁମାରୀ କଟକ – ଉପ-କ୍ଷେତ୍ର ନିର୍ଦେଶୀକା ରାଜୋଗିନୀ କମଲେଶ ଦିଦିଜୀ,ମୁଖ୍ୟାଳୟ ଆବୁ ସ୍ଥିତ ବରିଷ୍ଠ ରାଜଯୋଗୀ, ଜୀବନ ସମସ୍ୟା ସମାଧାନ ର ମାର୍ଗ ଦର୍ଶକ ବ୍ରହ୍ମା କୁମାର ସୁରଜ ଭାଇ ଏବଂ ଅଦିତି ଭଉଣୀ ମଧ୍ୟ ଉପସ୍ଥିତ ରହିବେ।

ଏହି କାର୍ଯ୍ୟକ୍ରମ ଅକ୍ଟୋବର 8 ରୁ 26 ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା 6 ରୁ 7:30 ପର୍ଯ୍ୟନ୍ତ ଚାଲିବ | ପ୍ରତ୍ୟେକ ଦିନ ଜଣେ ଗୁରୁ ପ୍ରଶିକ୍ଷକ ଯେ କୌଣସି ବିକାର ଉପରେ ବିଜୟ ପ୍ରାପ୍ତ କରିବାର ସହଜ ବିଦ୍ଧି ବିଷୟରେ ଆଲୋଚନା କରିବେ ଏବଂ ବ୍ରହ୍ମା କୁମାରୀ ଭଉଣୀମାନେ ରାଜ ଯୋଗ ର ଅନୁଭୂତି କରାଇବେ । ଏହା ସହିତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେମାନଙ୍କର ଶୁଭେଚ୍ଛା ଜ୍ଞାପନ କରିବେ ।

ଏହି କାର୍ଯ୍ୟକ୍ରମର ଲାଭ ଉଠାଇବା ପାଇଁ ବ୍ରହ୍ମା କୁମାରିଜ ଓଡିଶା ତରଫରୁ ସମସ୍ତଙ୍କୁ ହୃଦୟର ସହିତ ନିମନ୍ତ୍ରଣ | ଆସନ୍ତୁ ଆମେ ସମସ୍ତେ ନିଜ ଭିତରେ ରାବଣ ରୂପରେ ଥିବା ବିକାର କୁ ଏହି ନବରାତ୍ରୀରେ ପରାସ୍ତ କରି ପ୍ରକୃତ ଦଶହରା ପାଳନ କରିବା |

LEAVE A REPLY

Please enter your comment!
Please enter your name here