40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିପିସିଏଲ-ପେଟ୍ରୋବ୍ରାସ୍ ଚୁକ୍ତି ସ୍ୱାକ୍ଷରିତ

ବିପିସିଏଲ-ପେଟ୍ରୋବ୍ରାସ୍ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ବ୍ରାଜିଲରୁ ଅଣବିଶୋଧିତ ତୈଳ ଆମଦାନି କରିବାକୁ ବିପିସିଏଲ (ଭାରତ ପେେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌) ପକ୍ଷରୁ ଇତିମଧ୍ୟରେ ବ୍ରାଜିଲର ପେଟ୍ରୋବ୍ରାସ୍ କମ୍ପାନୀ ସହ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଇରାକ୍ ଓ ସାଉଦି ଆରବ ଭଳି ମଧ୍ୟପ୍ରାଚ୍ୟ ରାଷ୍ଟ୍ରରୁ ଆମଦାନି କରାଯାଉଥିବା ତୈଳକୁ ବିପିସିଏଲ ପକ୍ଷରୁ ମୁମ୍ବାଇ, ବିନା (ମଧ୍ୟପ୍ରଦେଶ) ଓ କୋଚି (କେରଳ) ସହରରେ ଥିବା ତୈଳ ବିଶୋଧନାଗାରରେ ବିଶୋଧିତ କରାଯାଉଛି । ଗୋଟିଏ ସ୍ଥାନରୁ ନିୟମିତଭାବେ ତୈଳ ଆମଦାନି କରାଯାଉଥିବାରୁ ମଧ୍ୟପ୍ରାଚ୍ୟର କମ୍ପାନୀଗୁଡିକ ଏକଚାଟିଆ ମନୋଭାବ ପୋଷଣ କରୁଛନ୍ତି । ତେଣୁ ଅନ୍ୟ ଦେଶରୁ ଅଣବିଶୋଧିତ ତୈଳ ଆମଦାନି କରିବାକୁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଇତିମଧ୍ୟରେ ବିପିସିଏଲ ସିଇଓ ଅରୁଣ କୁମାର ସିଂହ ବ୍ରାଜିଲ ଗସ୍ତରେ ଯାଇ ପେଟ୍ରୋବ୍ରାସ କମ୍ପାନୀ ସିଇଓ କାଇଓ ପାଏସ୍ ଡି’ ଆନ୍ଦ୍ରାଦେଙ୍କ ସହ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଭାରତର ତୈଳ ସଙ୍କଟ ଦୂର କରିବାରେ ଯଥାସାଧ୍ୟ ସାହାଯ୍ୟ କରିବାକୁୁ ପେଟ୍ରୋବ୍ରାସ୍ ସିଇଓ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ବ୍ରାଜିଲରେ ଅଏଲ ବ୍ଲକ୍ ବିକାଶ ପ୍ରକ୍ରିୟା ପାଇଁ ବିପିସିଏଲ ପକ୍ଷରୁ ୧୦୬ କୋଟି ଆମେରିକୀୟ ଡଲାର ପୁଞ୍ଜି ବିନିଯୋଗ କରିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking