27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶତାଲିବାନ ଜାରି କଲା ଫତୱା : ପୁଅ, ଝିଅ ଏକାଠି ପାଠ ପଢିପାରିବେ ନାହିଁ

ତାଲିବାନ ଜାରି କଲା ଫତୱା : ପୁଅ, ଝିଅ ଏକାଠି ପାଠ ପଢିପାରିବେ ନାହିଁ

କାବୁଲ : ଆଫଗାନିସ୍ତାନକୁ ଅଧିକାର କରିନେବା ପରେ ପ୍ରଥମ ଫତୱା ଜାରି କରିଛି ତାଲିବାନ । ବିଶ୍ୱ ବିଦ୍ୟାଳୟରେ ପୁଅ ଓ ଝିଅମାନେ ଏକାଠି ପାଠ ପଢିପାରିବେ ନାହିଁ । ଖାମା ପ୍ରେସ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ, ଆଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏହି ଫତୱା ଜାରି କରାଯାଇଛି । ଫତୱାରେ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନରେ ପୁଅ ଓ ଝିଅ ଏକାଠି ପାଠ ପଢିବା ସବୁ ଅନର୍ଥର ମୂଳ । ଏହି ଫତୱା ଜାରି ହେବା ପୂର୍ବରୁ ରାଜ୍ୟର ସବୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର, ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ଓ ତାଲିବାନ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକରେ ଏହି ନିର୍ଦ୍ଦେଶ ସମ୍ପର୍କରେ ତାଲିବାନ ପକ୍ଷରୁ ଜଣାଇ ଦିଆଯାଇଥିଲା । ଗତ ରବିବାର ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅଧିକାର କରିନେଇଥିଲା । ଏହାର ଦୁଇଦିନ ପରେ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସରିଆ କାନୁନ ଅଧିନରେ ମହିଳା ମାନଙ୍କୁ ପାଠ ପଢିବା ଓ କାମ କରିବାକୁ ସୁଯୋଗ ଦିଆଯିବ । ସେହିପରି ବିଡ଼ମ୍ବନା ଯେ ବ୍ରିଟିଶ୍ ଶାସନରୁ ଅଗଷ୍ଟ ୧୯ରେ ମୁକ୍ତିର ଆନନ୍ଦ ପାଇଥିବା ଆଫଗାନିସ୍ତାନ ସମ୍ପ୍ରତି ଖୁସି ମନାଇବା ବଦଳରେ ଆକାଶରେ ଛାଇ ଯାଇଛି କଳା ବାଦଲ । ପରାଧୀନର ବେଡ଼ିରେ ପୁଣି ତ୍ରାହି ତ୍ରାହି ଡାକୁଛି ଆଫଗାନ । ୨୦ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧ ପଥରେ ୨୪୪୮ ଜଣ ଆମେରିକୀ ସୈନ୍ୟ ସହିଦ୍ ହୋଇଥିବାବେଳେ ୧୧୪୪ ନାଟୋ ସିପାହୀଙ୍କ ମଧ୍ୟ ନିଧନ ହୋଇଗଲା । ଅନ୍ୟପକ୍ଷରେ ଉକ୍ତ ସମୟ ମଧ୍ୟରେ ଆଫଗାନିସ୍ତାନର ୬୬ ହଜାର ସରକାରୀ ସେନା ମଧ୍ୟ ପ୍ରାଣ ହରାଇଛନ୍ତି । ଏତେ ସବୁ ପରେ କ’ଣ ଲାଭ ହେଲା ଏବଂ କାହାକୁ ଲାଭ ହେଲା? ମୋଟେ ଦମ୍ ଛାଡ଼ିନି ତାଲିବାନ କି ପଛକୁ ହଟିନି । ତେଣୁ ଆମେରିକାର ପଦକ୍ଷେପରୁ କିଛି ସୁଫଳ ମିଳିନଥିବା ସ୍ପଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking