32.8 C
Bhubaneswar
Tuesday, April 16, 2024
Homeଦେଶ ବିଦେଶପ୍ରେମିକ ଆତ୍ମହତ୍ୟା ପରେ ଜୀବନ ହାରିଲା ପ୍ରେମିକା

ପ୍ରେମିକ ଆତ୍ମହତ୍ୟା ପରେ ଜୀବନ ହାରିଲା ପ୍ରେମିକା

ନୂଆଦିଲ୍ଲୀ : ପ୍ରେମିକ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲା ପ୍ରେମିକା । ସବୁଦିନ ପାଇଁ ପ୍ରେମିକ ଦୁନିଆରୁ ଚାଲି ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନଥିଲା ପ୍ରେମିକା । ଶେଷରେ ଏହାକୁ ସହ୍ୟ କରିନପାରି ୩୦ ବର୍ଷୀୟ ମହିଳା ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ଫଳରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି । ରବିବାର ରାତିରେ ଗୁରୁଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମହିଳା ଜଣକ ରୁମ୍‌ରେ ନିଜକୁ ବନ୍ଦ କରି ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ସିଭିଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏହାପରେ ଦିଲ୍ଲୀର ସଫଦର୍ଜଙ୍ଗ ହସ୍ପିଟାଲ୍‌କୁ ତାଙ୍କୁ ରେଫର କରାଯାଇଥିଲା ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଯୁବତୀଙ୍କ ରୁମ୍‌ରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନଥିବା ପୋଲିସ କହିଛି । ପୋଲିସ ସୂଚନା ଅନୁସାରେ, ମହିଳାଙ୍କ ନାଁ ମଞ୍ଜୁ । ତାଙ୍କ ଘର ବିହାରରେ । ପ୍ରାଇଭେଟ୍ କମ୍ପାନୀରେ ସେ ଚାକିରି କରୁଥିବା ବେଳେ ସେକ୍ଟର ୩୭ ଅଞ୍ଚଳରେ ଭଡ଼ାଘରେ ରହୁଥିଲେ । ଗ୍ରୋସରୀ ଦୋକାନ ଅପରେଟର ବାବୁଲାଲ୍‌ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । କୌଣସି କାରଣକୁ ନେଇ ରବିବାର ସନ୍ଧ୍ୟାରେ ବାବୁଲାଲ୍ ନିଜେ ନିଜକୁ ଗୁଳି କରିଥିଲେ । ପ୍ରେମିକ ବାବୁଲାଲ୍‌ଙ୍କ ମୃତ୍ୟୁ ଖବର ପାଇ ମଞ୍ଜୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ସେହି ଦିନ ରାତିରେ ମଞ୍ଜୁ ନିଜ ଦେହରେ ନିଜେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବାବୁଲାଲ୍ ବିବାହିତ ବୋଲି ଜଣାପଡ଼ିଛି । ପୋଲିସ ମଞ୍ଜୁଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking