28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗପ୍ରେମରେ ବାଧା ସାଜୁଥିଲା ପ୍ରେମିକାର ଦୁଇ ପିଲା, ପ୍ରେମିକ କଲା ଏମିତି

ପ୍ରେମରେ ବାଧା ସାଜୁଥିଲା ପ୍ରେମିକାର ଦୁଇ ପିଲା, ପ୍ରେମିକ କଲା ଏମିତି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଋଡକୀ ରେ ପ୍ରେମ ସଂପର୍କରେ ବାଧା ବନିବା କାରଣରୁ ଉତ୍ୟକ୍ତ ହୋଇ ଜଣେ ଯୁବକ ପ୍ରେମିକାର ଦୁଇ କୁନି ଶିଶୁଙ୍କୁ ଗଙ୍ଗାନଦୀରେ ଫିଙ୍ଗିଦେଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ନିଖୋଜ ରହିଛି । ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ଓ ଏନଡିଆରଏଫ ଟିମ ଖୋଜାଖୋଜି କରିବା ପରେ ପିଲାର ଶବଟିକୁ ଗଙ୍ଗାନଦୀରୁ ଉଦ୍ଧାର କରିଥିଲେ । ଅନ୍ୟଜଣଙ୍କୁ ଖୋଜା ଚାଲିଛି । ପ୍ରେମିକାର ଅଭିଯୋଗ ଅନୁସାରେ, ପୁଲିସ ଉକ୍ତ ଯୁବକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହାସହ ତାକୁ ଗିରଫ ମଧ୍ୟ କରିଛି । ଶନିବାର ଦିନ ପୁଲିସକୁ ସୂଚନା ମିଳିଥିଲା ଯେ, ସୁମନ ପନ୍ନୀଙ୍କ ଦୁଇ ପୁଅ କାଲା (୭) ଓ ଲବିଶ (୬) ନିଖୋଜ ରହିଛନ୍ତି । ତତ୍କାଳ ସିଓ ଅଭୟ ପ୍ରତାପ ସିଂହ ଓ ଏଏସପି ହିଂମାଶୁ ବର୍ମାଙ୍କ ନେତୃତ୍ୱରେ ପୁଲିସ ଟିମ ଗଠନ କରାଯାଇଛି । ପୁଲିସ ପ୍ରଥମେ ସ୍ଥାନୀୟ ଅଂଚଳରେ ଦୁଇ ପିଲାଙ୍କୁ ଖୋଜିଥିଲା । ହେଲେ କୌଣସି ପ୍ରକାର ସନ୍ଧାନ ମିଳିନଥିଲା । ସେହି ସମୟରେ ସୂଚନା ମିଳିଥିଲା ଯେ, ସୁମନର୍ ପ୍ରେମିକ ଲାଖନଙ୍କ ସହ ସେହି ପିଲା ଦୁଇ ଜଣ ଯାଇଥିଲେ । ପରେ ପୁଲିସ ତାକୁ ଗିରଫ କରି ପଚରାଉଚୁରା କରିଥିଲା । ସେ କହିଛି ଯେ, ସେ ସୁମନକୁ ପ୍ରେମ କରୁଥିଲା । ହେଲେ ଦୁଇ ପିଲା ଏଥିରେ ବାଧକ ସାଜୁଥିଲେ । ପରେ ସେ ଦୁଇ ପିଲାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ବନାଇଥିଲା । ଶନିବାର ଦ୍ୱିପ୍ରହର ସମୟରେ ସେ ସୁମନର ଅନୁପସ୍ଥିତିରେ ଦୁଇ ପିଲାଙ୍କୁ ବୁଲାଇବା ବାହାନାରେ ଗଙ୍ଗାନଦୀ ନିକଟକୁ ନେଇ ଏମିତି କାଣ୍ଡ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking