ପ୍ରେମ କାହାଣୀକୁ ନିଜ ହାତରେ ଶେଷ କଲା ପ୍ରେମିକ

ନୂଆଦିଲ୍ଲୀ: ଜଣେ ନାବାଳକ ତାର ନାବାଲିକା ପ୍ରେମିକାକୁ ଗର୍ଭଧାରଣ କରିବା ପରେ ନାବାଳିକାକୁ ଗର୍ଭପାତ ପାଇଁ ଔଷଧ ଦେଇଥ୍‌ଲା ।  କିନ୍ତୁ ଏଥିରେ ସେ ସଫଳ ହୋଇନଥିଲା । ଏହା ପରେ ସେ ନାବାଲିକା ପ୍ରେମିକାକୁ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଫେରାର ହୋଇଯାଇଥିଲା ।          ଉତ୍ତରଡପ୍ରଦେଶର ବରେଲିରେ ଏକ ସପ୍ତାହ ପୂର୍ବରୁ ଘଟିଥିବା ଏହି ହତ୍ୟାଣ୍ଡର ଖୁଲାସା କରି ପୋଲିସ ମୃତ ଝିଅର ପ୍ରେମୀ ଭାଗବତ ଶରଣଙ୍କୁ ଗିରଫ କରିଛି । ଝିଅଟି ଗର୍ଭବତୀ ହେବା ପରେ, ସାମାଜିକ ଭୟ ଯୋଗୁଁ ତାର ପ୍ରେମିକ, ପ୍ରେମିକାକୁ  ବେକରେ ଦଉଡି ବାନ୍ଧି ହତ୍ୟା କରି ଶବକୁ ଜଙ୍ଗଲରେ ଫିଙ୍ଗଦେଇ ଚାଲିଯାଇଥିଲା ।  କିନ୍ତୁ ମଙ୍ଗଳବାର ଦିନ ପୋଲିସ ଅଭିଯୁକ୍ତ ଭାଗବତ ଶରଣଙ୍କୁ ଗିରଫ କରି ଘଟଣାରେ ବ୍ୟବହୃତ ଦଉଡି ଜବତ କରି ଅଭିଯୁକ୍ତକୁ ଜେଲକୁ ପ୦ାଇ ଦେଇଛି । ଅଭିଯୁକ୍ତ ଭାଗବତ ଶରଣ ଗୁଲଡିଆର ବାସିନ୍ଦା ଯିଏ ନିଜ ପ୍ରେମ କାହାଣୀକୁ ନିଜ ହାତରେ ଶେଷ କରିଛି ।  ବାସ୍ତବରେ ଭାଗବତ ଶରଣ ନିଜ ଗାଁର ଜଣେ  ନାବାଳିକାଙ୍କ ସହ ପ୍ରେମ  ସମ୍ପର୍କ ରଖିଥିଲା ଏବଂ ପ୍ରେମ ସମ୍ପର୍କ ପରେ ହିଁ ଝିଅଟି ୫ ମାସର ଗର୍ଭବତୀ ହୋଇଥିଲା । ଝିଅଟି ଗର୍ଭବତୀ ହେବା ପରେ ଦୁହେଁ ସାମାଜିକ ଭୟର ଶିକାର ହେବାକୁ ଲାଗିଲେ ଏବଂ ଝିିଅଟି ଯୁବକଙ୍କୁ ବିବାହ କରିବାକୁ ଚାପ ପକାଇବାକୁ ଲାଗିଲା । ତେବେ ବିବାହରୁ ବର୍ତିବା ପାଇଁ ବାହାନା କରି ପ୍ରେମିକ ନିଜ ପ୍ରେମିକାକୁ ଏକ ନିଛାଟିଆ ସ୍ଥାନକୁ ନେଇ ଗଲା ଓ ସେଠାରେ ତାର  ହତ୍ୟା କରିଥିଲା । ଏହି ଘଟଣାକୁ ପ୍ରକାଶ କରି  ଏସପି ରୋହିତ ସିଂ କହିଛନ୍ତି ଯେ ଦେବରନିଆ ପୋଲିସ ଷ୍ଟେସନ ଅଂଚଳରେ ଏକ ସପ୍ତାହ ପୂର୍ବରୁ ଜଣେ ଝିିଅକୁ ହତ୍ୟା କରିବା ପରେ ମୃତଦେହକୁ  ଜଙ୍ଗଲରେ ପକାଇ ଦିଆଯାଇଥିଲା । ଏହି ଘଟଣା ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସଙ୍କୁ  ନିୟୋଜିତ କରାଯାଇଥିଲା । ବର୍ତମାନ ନାବାଳକ ଅଭିଯୁକ୍ତ ଫେରାର ରହିଥିବା ବେଳେ ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here