26.1 C
Bhubaneswar
Friday, March 29, 2024
Homeଅପରାଧବୃଦ୍ଧଙ୍କୁ ପିଟି ପିଟି ମାରିଦେଲା ନାବାଳକ

ବୃଦ୍ଧଙ୍କୁ ପିଟି ପିଟି ମାରିଦେଲା ନାବାଳକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ପଦା କସଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁଣି ଗାରେଡି ସନ୍ଦେହରେ ଗ୍ରାମର ଜାନକୀ ମୁଣ୍ଡା (୬୦) ଙ୍କୁ ଲୁହା ରଡ଼ରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗ୍ରାମର ଜଣେ ନାବାଳକର ପରିବାର ଲୋକଙ୍କୁ କିଛି ଦିନ ହେବ ଦେହ ଅସୁସ୍ଥ ଲାଗି ରହିଥିଲା । ଏହାକୁ କେନ୍ଦ୍ର କରି ଜାନକୀ ଗୁଣି ଗାରେଡି କରି ଦେହ ଖରାପ କରିଥିବା ସନ୍ଦେହ କରିଥିଲା ନାବାଳକ ଜଣକ । ସବୁବେଳେ ଗୁଣି କରୁଛି କହି ଅଭିଯୁକ୍ତ ନାବାଳକ ଗତ ରବିବାର ଜାନକୀକୁ ଘରେ ଏକୁଟିଆ ପାଇ ଘର ବାହାରୁ କବାଟ ବନ୍ଦ କରିଦେଇ ଏକ ଲୁହା ରଡ଼ରେ ଅତି ନିର୍ମମ ଭାବେ ପିଟି ପିଟି ଗୁରୁତର କରିଥିଲା । ଗତ ରବିବାର ଠାରୁ ଜାନକୀ ଗୁରୁତର ହୋଇ ଘର ଭିତରେ ପଡି ରହିଥିଲେ । ଯାହା ଫଳରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରକୁ ନେଇ ଗ୍ରାମବାସୀ କାଞ୍ଜିପାଣି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ହତ୍ୟାରେ ବ୍ୟବହୃତ ଲୁହା ରଡ଼କୁ ପୋଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking