27.1 C
Bhubaneswar
Friday, March 29, 2024
Homeଓଡିଶାପ୍ରେମରେ ବିଫଳ ହେବାରୁ ପ୍ରାଣ ନାଶ

ପ୍ରେମରେ ବିଫଳ ହେବାରୁ ପ୍ରାଣ ନାଶ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦେଖିବା ମିଳିଛି ଏକ ଘଟଣା । ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବା ମିଳିଛି । ମୃତକ ହେଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ ବୋଲି ଜଣାପଡିଛି । ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ସୂଚନା ଅନୁଯାୟୀ ଚନ୍ଦ୍ରଶେଖପୁର ଥାନା ଅଞ୍ଚଳରେ ସୋମବାର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ଘର ଭିତରେ ମୃତଦେହ ଅବସ୍ଥାରେ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଚନ୍ଦ୍ରଶେଖପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦହକୁ ଜବତ କରିଥିଲା । ଏହାସହିତ ମୃତଦେହ ନିକଟରେ ଏକ ସୁଇସାଇଡ଼ ନୋଟ୍‌ ପଡିଥିବାର ମଧ୍ୟ ସୂଚନା ରହିଛି । ଯାହାକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ଚନ୍ଦ୍ରଶେଖପୁର ଥାନା ପୋଲିସ । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି କମିଶନରେଟ୍‌ ପୋଲିସ । ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ଅଧିକ ତଥ୍ୟ ଯୋଗାଡ଼ ଲାଗି ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking