39.1 C
Bhubaneswar
Wednesday, April 24, 2024
Homeଓଡିଶାବାସନ୍ଦ ଭୟରେ ଶବ ନେଲେନି ପରିବାର

ବାସନ୍ଦ ଭୟରେ ଶବ ନେଲେନି ପରିବାର

ବୌଦ୍ଧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଲାଣ୍ଡବନ୍ଧ ନିକଟରେ ଥିବା ଜେଲରେ ଏକ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜାକାଟୁ ଥିବା ଜଣେ କଏଦୀର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ମନମୁଣ୍ଡା ଥାନା ଅନ୍ତର୍ଗତ ଚମରାବାହାଲ ଗ୍ରାମର ସନ୍ତୋଷ ବାରିକ ୨୦୧୭ରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବରେ ଥିବାବେଳେ ୨୦୧୯ରେ କୋର୍ଟ ତାକୁ ଆଜୀବନ ସଜା ଶୁଣାଇଥିଲେ । ସେହିଦିନ ଠାରୁ ସେ ବୌଦ୍ଧଜେଲରେ ସଜା କାଟୁଥିଲେ । ମଙ୍ଗଳବାର ଖାଇସାରିବା ପରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ଫଳରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲା । ବ୍ୟବଛେଦ ପରେ ଶବ ନେବାକୁ ପରିବାର ଲୋକଙ୍କୁ କୁହାଯାଇଥିଲା ।

କିନ୍ତୁ ସାମାଜିକ ବାସନ୍ଦ ଭୟରେ ମୃତକଙ୍କ ଶବକୁ ନିଜଗ୍ରାମ ଚମରାବହାଲକୁ ନେବାକୁ ପରିବାରଲୋକେ ରାଜି ହୋଇନଥିଲେ । ଶେଷରେ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଥାନା ପକ୍ଷରୁ ସ୍ଥାନୀୟ ସତ୍ୟସାଇ ସଂଗଠନର ସଭାପତି ଡ. ପ୍ରିୟବ୍ରତ ବେହେରାଙ୍କୁ ଯୋଗାଯୋଗ କରି ଶବ ସତ୍କାର ପାଇଁ ଅନୁରୋଧ କରାଯାଇଥିଲା । ଜେଲର ୱାର୍ଡନ ସୀମାଞ୍ଚଳ କହଁରଙ୍କ ସମେତ ସମସ୍ତ ଜେଲ କର୍ମଚାରୀଙ୍କୁ ଉପସ୍ଥିତିରେ ସତ୍ୟସାଇ ସଂଗଠନର ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ ବୌଦ୍ଧ ରାଜଘାଟଠାରେ ମୃତ କଏଦୀଙ୍କ ଶବସତ୍କାର କରାଯାଇଥିଲା । ମୃତ କଏଦୀଙ୍କ ନାବାଳକ ପୁତ୍ର ମୁଖାଗ୍ନି ଦେଇଥିଲେ । ସତ୍ୟସାଇ ସଂଗଠନ ପକ୍ଷରୁ ସଭାପତି ଡ. ବେହେରାଙ୍କ ସମେତ ଅନ ମହରଣା, ମନୋରଞ୍ଜନ ମହାକୁଡ, କେଶବ ବେହେରା, କୃଷ୍ଣ ଗୋବିନ୍ଦ ମହାପାତ୍ର,ଆକାଶ ମେହେର, ରିତେଶ ମହାପାତ୍ର ପ୍ରମୁଖ ଶବସତ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking