40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜିଏସ୍‌ଟି ଉପରେ ଆଇନ ପ୍ରଣୟନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର କ୍ଷମତା ରହିଛି: ସୁପ୍ରିମକୋର୍ଟ

ଜିଏସ୍‌ଟି ଉପରେ ଆଇନ ପ୍ରଣୟନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର କ୍ଷମତା ରହିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ (ଜିଏସ୍‌ଟି) ମାମଲାକୁ ନେଇ ଆଇନ ପ୍ରଣୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କ୍ଷମତା ରହିଛି ବୋଲି ଗୁରୁବାର ସୁପ୍ରିମ କୋର୍ଟ କହିଛନ୍ତି । ଏହା ସହିତ କେବଳ କେତେକ ପ୍ରେରକ ମୂଲ୍ୟକୁ ଛାଡ଼ିଦେଲେ ଜିଏସ୍‌ଟି କାଉନ୍‌ସିଲ୍‌ଙ୍କ ସମସ୍ତ ସୁପାରିସ୍ ମାନିବାକୁ ରାଜ୍ୟଗୁଡ଼ିକ ବାଧ୍ୟ ନୁହନ୍ତି ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ୍ ଦର୍ଶାଇଛନ୍ତି, ଟ୍ୟାକ୍ସ ମାମଲା ହୋଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏହା ଉପରେ ଆଇନ ପ୍ରଣୟନ ପାଇଁ କ୍ଷମତା ରହିଛି ।

ଏହାର ଏକ କାର୍ଯ୍ୟକାରୀ ସମାଧାନ ପନ୍ଥା ବାହାର କରିବା ନିମନ୍ତେ ଜିଏସ୍‌ଟି କାଉନ୍‌ସିଲ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କାର୍ଯ୍ୟ କରିବା ଉପରେ ମଧ୍ୟ କୋର୍ଟ ଜୋର୍ ଦେଇଥିଲେ । ଗୁଜରାଟ ହାଇକୋର୍ଟ ଆଦେଶ ବିରୋଧରେ କରାଯାଇଥିବା ଏକ ଆବେଦନର ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟ ଏହି ରାୟ ଦେଇଛନ୍ତି । ଏହା ସହିତ ଗୁଜରାଟ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମ କୋର୍ଟ କାଏମ୍ ରଖିଛନ୍ତି । ସମୁଦ୍ର ପଥରେ କରାଯାଉଥିବା ଆମଦାନୀ ଉପରେ ଇଣ୍ଟିଗ୍ରେଟେଡ୍ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ (ଆଇଜିଏସ୍‌ଟି) ଲାଗୁ ପାଇଁ କେନ୍ଦ୍ର ପକ୍ଷରୁ କରାଯାଇଥିବା ନୋଟିଫିକେସନ୍‌କୁ ହାଇକୋର୍ଟ ତାଙ୍କ ଆଦେଶରେ ରଦ୍ଦ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking