କାଜୁ ମିଲ ମାଲିକଙ୍କ ଠାରୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଲୁଟି ଥିବା ତିନି ଅଭିଯୁକ୍ତକୁ ଗିରଫ କଲା ବୋରିଗୁମ୍ମା ପୋଲିସ

କୋରାପୁଟ : ଚଳିତ ମାସ ୨୦ତାରିଖ ଦିନ କାଜୁ ମିଲ ମାଲିକ ଭେଙ୍କେଟ ରାଓ ଦିନ ୧୦ ଘଣ୍ଟା ସମୟରେ ନିଜ କାଜୁ ମିଲରେ କାମ କରୁଥିବା ଶ୍ରମିକ ଙ୍କୁ ପେମେଣ୍ଟ କରିବା ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା ଧରି ଏକ ସ୍କୁଟି ଯୋଗେ ଗୁଜୁନିଗୁଡା ଅଭିମୁଖେ ବାହାରି ଥିଲେ।ଦୋରାଗୁଡା ଏବଂ ଢଂଗରା ମଝି ବାଟରେ ହଠାତ ତିନି ଦୁର୍ବୁତ୍ତ ଏକ ପୋଲସର ବାଇକ ଯୋଗେ ଆସି ମାଲିକଙ୍କୁ ଅଟକାଇ ଖଣ୍ଡା ଦେଖାଇ ୨ ଲକ୍ଷ ୫୦ ହଜାର ଟଙ୍କା ଏବଂ ସୁନା ଚେନ ଲୁଟି ନେଇଥିଲେ।ଏ ସମ୍ପର୍କରେ ମିଲ ମାଲିକ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଲିଖିତ ଅଭିଯୋଗ କୁ ଭିତି କରି ତିନି ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here