ଭୁବନେଶ୍ୱର: ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ପଦକ୍ଷେପ ନିଆଯାଇଛି । ୭୫ଦିନ ଧରି ଚାଲୁଥିବା ବୁଷ୍ଟର ଡୋଜ୍ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ବିଏମ୍ସି ପକ୍ଷରୁ ମଲ୍ରେ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଉତ୍ତର ଜୋନ୍ର ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ୍, ଦକ୍ଷିଣ ପଶ୍ଚିମ ଜୋନ୍ ଅନ୍ତର୍ଗତ ପାତ୍ରପଡା ସ୍ଥିତ ଡିଏନ୍ ରେଗାଲିଆ ମଲ୍ ଏବଂ ଦକ୍ଷିଣ-ପୂର୍ବ ଜୋନ୍ର ରସୁଲଗଡ଼ ସ୍ଥିତ ଏସ୍ପ୍ଲାନେଡ୍ ମଲ୍ ଚିହ୍ନଟ କରାଯାଇଛି ।
ଆଜିଠାରୁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ବ୍ୟତୀତ ଏହି ମଲ୍ ଗୁଡିକରେ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ହିତାଧିକାରୀମାନେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକା ନେଇ ପାରିବେ । ତେବେ ଏଥିପାଇଁ ହିତାଧିକାରୀଙ୍କୁ ମକ୍ଟଙ୍ଗସଦ୍ଭ.ଶକ୍ଟଙ୍ଖ.ସଦ୍ଭ ଅ ।ପ୍ରେ ସ୍ଲଟ୍ ବୁକିଂ କରିବାକୁ ପଡିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।