35.1 C
Bhubaneswar
Tuesday, April 23, 2024
Homeଓଡିଶାପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚାଇବାକୁ ନିର୍ଦ୍ଦେଶ

ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଯଥା ଶୀଘ୍ର ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଂଚାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୫ ଦିନ ମଧ୍ୟରେ ପିଲାମାନଙ୍କ ପାଖରେ ସ୍କୁଲ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଖରେ ବହି ପହଞ୍ଚିବା ଦରକାର ବୋଲି ସୂଚନା ମିଳିଛି । ତେବେ ଏଥିପାଇଁ ଅଭିଭାବକଙ୍କୁ ସ୍କୁଲକୁ ଡାକି ହେଉ କିମ୍ବା ଘରକୁ ଘର ଯାଇ ବହି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବହି ବାଣ୍ଟିବା ସମୟରେ ସାମାଜିକ ଦୂରତା ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ହଟସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନରେ ବହି ନବାଣ୍ଟିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଡିଇଓ ଏବଂ ଡିସିପିଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶଙ୍କ ନିର୍ଦ୍ଦେଶ ରହିଛି ।
https://onakhabar.com/2020/04/22/manabasa-gurubara-chhau-dance-find-mention-in-intangible-cultural-heritage-list/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking