30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆଫଗାନିସ୍ତାନରେ ବିସ୍ଫୋରଣ; ୧୯ମୃତ

ଆଫଗାନିସ୍ତାନରେ ବିସ୍ଫୋରଣ; ୧୯ମୃତ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ​ରେ ଆତ୍ମଘାତୀ ବିସ୍ଫୋରଣ ଓ ଗୁଳିଚାଳନାରେ ୧୯ଜଣ ପ୍ରାଣ ହରାଇଛନ୍ତି। କାବୁଲର ପଶ୍ଚିମାଞ୍ଚଳରେ ସ୍ବେଚ୍ଛାସେବୀ ସଂଗଠନ ‘ଡକ୍ଟର୍ସ ଉଇଦାଉଟ୍ ବର୍ଡର୍ସ’ ଦ୍ବାରା ପରିଚାଳିତ ଡାକ୍ତରଖାନା ପରିସରରେ ଶତାଧିକ ମହିଳା ଓ ଶିଶୁ ଉପସ୍ଥିତ ଥିବାବେଳେ ତିନି ଅଜ୍ଞାତ ବନ୍ଧୁକଧାରୀ ସେଠାରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ସୁରକ୍ଷାକର୍ମୀ ୮୦ରୁ ଅଧିକ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିଥିଲେ। ନଙ୍ଗରହରଠାରେ ଜଣେ ପୁଲିସ ଅଧିକାରୀଙ୍କ ଅନ୍ତେଷ୍ଟିକ୍ରିୟା ଚାଲିଥିବାବେଳେ ଆତ୍ମଘାତୀ ବିସ୍ଫୋରଣରେ ୧୫ଜଣ ପ୍ରାଣ ହରାଇବା ସହ ୫୦ ଆହତ ହୋଇଛନ୍ତି।
https://onakhabar.com/2020/05/12/pm-narendra-modi-corons-lockdown-extension-covid-19-modi-address-to-nation/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking