34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକଙ୍ଗନାଙ୍କୁ ବମ୍ବେ ହାଇକୋର୍ଟଙ୍କ ଝଟକା

କଙ୍ଗନାଙ୍କୁ ବମ୍ବେ ହାଇକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓତଙ୍କୁ ବମ୍ବେ ହାଇକୋର୍ଟରୁ ଝଟକା ଲାଗିଛି । ତାଙ୍କ ବିରୋଧରେ ଜାଭେଦ ଅଖତର ମାନହାନି କେସ କରିଥିଲେ । କଙ୍ଗନା ଏହି କେସରୁ ରଦ୍ଦ କରିବା ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି । କହିରଖୁଛୁ, ସୁସାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ  କଙ୍ଗନା ଜାଭେଦ ଅଖତରଙ୍କ ଉପରେ ବିଭିନ୍ନ ପ୍ରକାର ଆରୋପ ଲଗାଇଥିଲେ । ଯାହାପରେ ଜାଭେଦ ଅଖତର କଙ୍ଗନାଙ୍କ ଉପରେ ମାନହାନି କେସ ଦାଏର କରିଥିଲେ । ଜାଭେଦଙ୍କ ଆରୋପ ହେଲା ଯେ, କଙ୍ଗନା ନ୍ୟାସନାଲ ଟିଭିରେ ତାଙ୍କ ମର୍ଯ୍ୟାଦାକୁ ଆଘାତ ହେବା ପରି ମନ୍ତବ୍ୟ ଦେଇଥିଲେ ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏକ ସାକ୍ଷାତକାରରେ ଜାଭେଦ ଅଖତର ନାମ ନେଇ କଙ୍ଗନା ରାନାୱତ ତାଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ । ଅଭିନେତ୍ରୀଙ୍କ ଅଭିଯୋଗ ପରେ ହିଁ ଜାଭେଦ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହା ପରେ ଡିସେମ୍ବର ମାସରେ ଜୁହୁ ପୋଲିସ କଙ୍ଗନା ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ଏବଂ ରିପୋର୍ଟ ଦାଖଲ ହେବା ପରେ ଶୁଣାଣି ପ୍ରକ୍ରିୟା ଆରମ୍ଭ କରି ଫେବୃଆରୀରେ କଙ୍ଗନାକୁ ନୋଟିସ ଜାରି କରିଥିଲା, ଯାହା ପରେ କଙ୍ଗନା ଏବଂ ଜାଭେଦ ଅଖତରଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking