ପ୍ରୟାଗରାଜରୁ ଗାଜିପୁର ଯାଉଥିବା ପାସେଞ୍ଜର ଟ୍ରେନରେ ଦେଶୀ ବମ୍‌

ନୂଆଦିଲ୍ଲୀ: ପାସେଞ୍ଜର ଟ୍ରେନରେ ଦେଶୀ ବମ୍ । ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି ପ୍ରୟାଗରାଜରୁ ଗାଜିପୁର ଯାଉଥିବା ପାସେଞ୍ଜର ଟ୍ରେନରେ । ସୂଚନା ଅନୁସାରେ, ଶୁକ୍ରବାର ସେହି ପାସେଞ୍ଜର ଟ୍ରେନରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଯେଉଁଥିପାଇଁ ସେଠାରେ ବମ୍ ବିସ୍ଫୋରଣ କରାଯାଇଥିଲା । ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଏହାକୁ ନେଇ ଜିଆରପି ହତ୍ୟା ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛି । ଟ୍ରେନଟି ପ୍ରୟାଗରାଜରୁ ଗାଜିୟାବାଦ ଯାଉଥିବା ସମୟରେ ଚଳନ୍ତା ଟ୍ରେନରେ ଏହି ଘଟଣା ଘଟିଛି । ତେବେ ଏଭଳି ଅମାନୁଷିକ କାଣ୍ଡ ଭିଆଇ ଅନ୍ୟ ଗୋଷ୍ଠୀର ଲୋକେ ଘଟଣାସ୍ଥଳରୁ ଖସି ପଳାଇ ଥିବା ସୂଚନା ରହିଛି । ଟ୍ରେନଟି ଗାଜିପୁରରେ ପହଂଚିବା ପରେ ଫରେନସିକ୍ ଟିମ ସେଠାରେ ପହଂଚି ତ୍ନ୍ ଆରମ୍ଭ କରିଛି । ଜିଆରପି ଓ ଆରପିଏଫ ଆହତଙ୍କ ଠାରୁ ଏ ଘଟଣା ସଂପର୍କରେ ଅଧିକ ଛାନଭିନ୍ ଆରମ୍ଭ କରୁଛି ।