33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପଞ୍ଜାବରେ ବିସ୍ଫୋରଣ:୧୫ ମୃତ

ପଞ୍ଜାବରେ ବିସ୍ଫୋରଣ:୧୫ ମୃତ

ପଞ୍ଜାବ: ଆଜି ସକାଳେ ପଞ୍ଜାବର ମୋହାଲିରେ ଖରଡ଼-ଲାଣ୍ଡରା ରୋଡ଼ରେ ଏକ ତିନି ମହଲା ବିଶିଷ୍ଟ କୋଠା ଭୁଷୁଡି ପଡିଥିବା ବେଳେ । ଆଜି ସନ୍ଧ୍ୟାରେ ପୁଣି ପଞ୍ଜାବରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏହି ଅଘଟଣ ପଞ୍ଜାବ ର ତରନତାରନରେ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଥିବା ଜଣାପଡିଛି । ତେବେ ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
କୁହାଯାଉଛି ଯେ ନଗର ସଂକୀର୍ତ୍ତନ ସମୟରେ ଫୁଟାଇବା ଲାଗି ଟ୍ରାକ୍ଟରେ ବାଣ ରଖାଯାଇଥିଲା । ଏହି ସମୟରେ ସେଥିରେ ହଠାତ ନିଆଁ ଲାଗି ଯାଇଥିଲା । ଏହି ବିସ୍ଫୋରଣ ପରେ ଘଟଣା ସ୍ଥଳରେ ଲୋକମାନେ ଏଣେତେଣ ଦୌଡ଼ିବାରେ ଲାଗିଥିଲେ । ବିସ୍ଫୋରଣର ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପ୍ରଶାସନ ଅଧିକାରୀମାନେ ବିସ୍ଫୋରଣ ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏକ ଟ୍ରଲିରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସଂକୀର୍ତ୍ତନ ବେଳେ ବାଣ ବୋଝେଇ ଏକ ଟ୍ରଲିରେ ବିସ୍ଫୋରଣ ହୋଇଛି ।
https://onakhabar.com/2020/02/08/building-collapse/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking