ଭୁବନେଶ୍ୱର: ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ – ୩ ସମ୍ମୁଖରେ ବୋମାମାଡ । ଗାଡକଣ ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମୁଖ୍ୟ ଗେଟ ଆଗରେ ବୋମା ଫୁଟିଛି । ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଛି ବୋମା । ବୋମା ବିସ୍ପୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର । ସକାଳ ୮ଟାରେ ବୋମା ଫୁଟିଥିବା ନେଇ ସୂଚନା ମିଳିଛି । ସୂଚନା ପାଇଁ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ହେଲେ କ୍ଷୟକ୍ଷତି ନେଇ ଏଯାଏଁ ସୂଚନା ଆସିନାହିଁ । ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ରହିଛି ଏସବୁ ଆଧାରରେ ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।










